ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ାର ମାଉସୀ ମା` ମନ୍ଦିର ପରିସରରେ ସୁନ୍ଦରାକାଣ୍ଡ ପାରାୟଣ ସମାରୋହରେ ସମ୍ପନ୍ନ ହୋଇଛି। ଶରତ ରଣା, ସଞ୍ଜୁ ରଣା କର୍ତ୍ତା ତଥା ବିକାଶ ମିଶ୍ର ପୂଜକ ଦାୟିତ୍ୱ ତୁଲାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିଜେପୁରର ଅଳକା ଦାଶ ବ୍ୟାସ ରହିଥିଲେ। ରାଜକିଶୋର ମିଶ୍ର ଭଜନ ଗାନ କରିଥିଲେ। ଉମେଶ ବାରିକ, ଦୁଃଖିଶ୍ୟାମ ମଲ୍ଲିକ, ଅଶୋକ ମେହେର, ମାନସରଞ୍ଜନ ନାଏକ ବାଦ୍ୟଯନ୍ତରେ ସହାୟତା କରିଥିଲେ। ଅକ୍ଷୟ ରଣା, ରୁଦ୍ର ରଣା, ଅଜିତ ରଣା, ପ୍ରକାଶ ମିଶ୍ର, ରମେଶ ନାଏକ, ଭକ୍ତ ସା, ମାଧବ ରଣା, ମାଖନୁ ରଣା, ଶୁକୃ ରଣା, ଜୟରାମ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭକ୍ତିରସରେ ନିମଜ୍ଜିତ ରହିଥିଲେ।