ଇନ୍ଦ୍ରାବତୀ ହାଇସ୍କୁଲ ୧୯୯୩ ମାଟ୍ରିକ ବ୍ୟାଚ୍ ର ବନ୍ଧୁମିଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା ୧୯୯୩ ମାଟ୍ରିକ ବ୍ୟାଚ୍ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡ, ବିଜ୍ଞାନ ଓ ଗଣିତ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା, ଭୂଗୋଳ ଶିକ୍ଷକ ହରିଶଙ୍କର ବାଗ, ଇଂରାଜୀ ଶିକ୍ଷକ ଦୟାନିଧି ପୁଝାରୀ, ଖେଳ ଶିକ୍ଷକ କୃପାସିନ୍ଧୁ ପାତ୍ର, କିରାଣୀ ଆଦିତ୍ୟ ବେହେରା, ସେବକ ବସନ୍ତ ଭୋଇ, ବଣକୁ ଭୋଇ,ବନମାଳୀ ବାଗ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ପ୍ରଥମେ ଆନୁଷ୍ଠାନିକ ଭାବେ ଦୀପପ୍ରଜ୍ବଳନ କରିଥିଲେ। ପରେ ଗୁରୁ ବନ୍ଦନା କରି ମଞ୍ଚାସିନ ଅତିଥି ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଦୀର୍ଘ ୩୧ ବର୍ଷ ର ବ୍ୟବଧାନ ପରେ ସମସ୍ତ ସାଙ୍ଗ ଏକାଠି ହୋଇଥିବାରୁ ଭାବ ବିହ୍ବଳ ହୋଇ ଶ୍ରେଣୀ ସହପାଠୀ ର ସେସମୟର ସ୍ମୃତି, ଶିକ୍ଷା ର ମାନ, ଶୃଙ୍ଖଳା ଓ ଶିକ୍ଷକ ଙ୍କ ପ୍ରତି ଭକ୍ତି ଭାବ କୁ ମନେ ପକେଇ ଭବିଷ୍ୟତ ଜୀବନରେ ସମସ୍ତ ସାଙ୍ଗ ପରସ୍ପର ର ସହଯୋଗୀ ହୋଇ ଶିକ୍ଷାନୁଷ୍ଠାନ ର ନାମ କୁ ଉଜ୍ଜଳ କରିବା ସହ ଉନ୍ନତି ଦିଗରେ ସହାୟ ହେବେ ବୋଲି ଉପସ୍ଥିତ ସମସ୍ତ ସାଙ୍ଗ ମାନେ ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ରୀ ଯୋଗିତା ଶବର, ରୀନା ପଟ୍ଟଯୋଶୀ, କରୁଣା ନାଏକ, ସରିତା ଭତ୍ରା, ପୁରାତନ ଛାତ୍ର ଶ୍ରୀକାନ୍ତ ପଟ୍ଟଯୋଶୀ, ପରମେଶ୍ୱର ବାଗ, ବିଶେଶ୍ୱର ବନ୍ଦିଛୋଡ, ବିରବଲ ଦଳପତି, ଶଶୀନ୍ଦ୍ର ଦଳପତି, ଯୁଧିଷ୍ଠିର କର, ନାରାୟଣ ସୋନି, ରାଜକିଶୋର ଓଝା, ପ୍ରେମଲାଲ ନାଏକ, ଲଷ୍ମୀକାନ୍ତ ସାହୁ ସମେତ ଅନେକ ପୁରାତନ ଛାତ୍ର ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.