ଆକ୍ସନ ମୋଡ଼ରେ ବିଧାୟକ କଳିକେଶ; ମଣ୍ଡି ବୁଲିଲେ, ଅଧିକାରୀଙ୍କ ଉପରେ ବର୍ଷିଲେ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ଧାନ କିଣାରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ବଲାଙ୍ଗୀର ସର୍କିଟ ହାଉସରେ ସମୀକ୍ଷା କରି ସରକାରୀ ଅଧିକାରୀଙ୍କ ଉପରେ ବର୍ଷିବା ପରେ ନିର୍ବାଚନ ମଣ୍ଡଳୀର ୧୦ଟି ଧାନ ମଣ୍ଡିକୁ ଗସ୍ତ କରି ସ୍ଥିତି ପରଖି ଅଧିକାରୀଙ୍କ ଉପରେ ପୁଣି ବର୍ଷିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ। ଧାନ କିଣାରେ ଗୋଟିଏ ଜିଲ୍ଲାରେ ଦୁଇଟି ନିୟମ କାର୍ଯ୍ୟକାରୀ କରୁଥିବା ନେଇ ଆପତ୍ତି ଉଠାଇଥିଲେ ବିଧାୟକ। ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଦୁଇ କେଜି କଟନୀ ହୋଇ ଜରିବସ୍ତାରେ ଧାନ ଯାଉଥିବା ବେଳେ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ କାହିଁକି କେବଳ ଅଖା ବସ୍ତା ଲୋଡ଼ାଯାଉଛି ଓ ୫ କେଜି କଟନୀ ହେଉଛି ବୋଲି ଉପସ୍ଥିତ ଥିବା ଜିଲ୍ଲା ଅତିରିକ୍ତ ଯୋଗଣ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଉପସ୍ଥିତ ଥିବା ବଲାଙ୍ଗୀର ଏସିଏସଓ ବିଧାୟକଙ୍କ ସମ୍ମୁଖରେ କଟନୀକୁ ସ୍ୱୀକାର କରି ଜରି ବସ୍ତାରେ ଧାନ ଉଠାଇବାକୁ ମିଲରକୁ କହିଛି କହି ବସ୍ତା ସହ ୫ କେଜି କାଟୁଥିବା ଖବର ଅଛି ବୋଲି କହିଛନ୍ତି।

Omkar Vasthu
Omkar Vasthu

ସରକାର ଜିରୋ କଟନୀରେ ଧାନ ଉଠିବ ବୋଲି କହୁଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ଅତିରିକ୍ତ ଯୋଗାଣ ଅଧିକାରୀ କଟନୀକୁ ସ୍ୱୀକାର କରିବାରୁ ମିଲର ସହ ଯୋଗଣ ବିଭାଗର କିଭଳି ନିଭିଡ ସମ୍ପର୍କ ରହିଛି ତାହା ଜଳ ଜଳ ହୋଇ ବାରି ହେଉଛି। ବିଧାୟକ ପ୍ରଥମେ କୁତୁର୍ଲା ପେକ୍ସକୁ ଯାଇ ମଣ୍ଡି ପରିଦର୍ଶନ କରିବାବେଳେ ମିଲର ମାନେ ବହୁତ ହଇରାଣ କରୁଛନ୍ତି, ଜରିବସ୍ତା ନେଉ ନେଉ ନାହାନ୍ତି, ଫଟା ବସ୍ତା ଦେଇ ୪ କେଜି କାଟୁଛନ୍ତି ବୋଲି ଅଭିଯୋଗ କରିଥିଲେ ଉପସ୍ଥିତ ଥିବା ଚାଷୀ। ବଡବନ୍ଧ ପେକ୍ସରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ଚାଷୀ, ଗତ ୪ ତାରିଖରୁ ରୁ ଧାନ ପକାଇଥିଲେ ବି ଧାନ ଉଠୁନାହୁଁ କଟନୀକୁ ନେଇ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଚାଷୀ ବଞ୍ଚାନିଧି ଗଡ଼ତ୍ୟା। ଏପରି କି ଲୋକନାଥ ରାଇସ ମିଲ ଓ ଆଦି ଶକ୍ତି ରାଇସମିଲ ଚାଷୀଙ୍କୁ ବହୁତ ହଇରାଣ କରୁଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବଲାଙ୍ଗିର ଜିଲ୍ଲା ର କୁତୁର୍ଲା, ବଡବନ୍ଧ, ଶିଵତଲା, ସାରସମାଲ, କୁଠୁଲା, ଗାଇବାହାଲ ପେକ୍ସ କୁ ପରିଦର୍ଶନ କରିବା ପରେ ବଲାଙ୍ଗୀରରେ ୪/୬କେଜି ଧାନକୁ କଟନୀ କରି ଫଟା ଅଖା ବସ୍ତା ଦେଇ ଜରିକୁ ବାରଣ କରିଛନ୍ତି କଟନୀ ଛାଟନୀକୁ ବନ୍ଦ କରିବା ପାଇଁ ନୁଆଁ ସରକାର ସକଳ୍ପ ପତ୍ର ଆଣିଥିଲେ କିନ୍ତୁ ତାହାକୁ ଓଲଟା ଭାବରେ କାର୍ଯ୍ୟ କରୁଛନ୍ତି ସବୁ ପେକ୍ସ ରେ କଟନୀ ହେଉଛି ବୋଲି କହିଛନ୍ତି। 


ବିଧାୟକଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ, ବଲାଙ୍ଗୀର ଏଆର ସିଏସ, ପୂର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷଣ ମେହେର, ସୁଶୀଲ ଚାନ୍ଦ, ଧଣ୍ଡାମାଲ ପେକ୍ସ ସଭାପତି ଦୟାନିଧି ଖମାରୀ, କୁତୁର୍ଲା ପେକ୍ସ ସଭାପତି ନିଳାମ୍ବର ପାଣିଗ୍ରାହୀ, ଦେଓଗାଁ ପେକ୍ସ ସଭାପତି ଶୈଳେନ୍ଦ୍ର ସାହୁ, ସାରମାଲ ପେକ୍ସ ସଭାପତି ଗୋପୀନାଥ ବାଗ ଙ୍କ ସହ ଚାଷୀ ନେତା ମାନେ ଉପସ୍ଥିତ ଥିଲେ। ତେବେ ଆଗମୀ ଦିନରେ ବିଧାୟକ ଙ୍କ ତାଗିଦ କେତେ କାମ ଦେଉଛି ତାହା ଦେଖିବା ବାକି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.