ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଏକଲ ଗ୍ରମୋତ୍ଥାନ ଫାଉଣ୍ଡେସନ ଦ୍ୱାରା ସଂଚାଳିତ ଓ ଟ୍ରେହାନ ଫାଉଣ୍ଡେସନଙ୍କ ସହଯୋଗରେ ପରିଚାଳିତ ମହିଳା ସଶକ୍ତୀକରଣ ଏବଂ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର, ରୁପ୍ରା ରୋଡ୍, ନର୍ଲା, ଭବାନୀପାଟଣାଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷକ ରାକେଶ ସାହୁ, ଅତିଥି ଭାବେ ମହିଳା ସ୍ୱାସ୍ଥ୍ୟକର୍ମୀ ତିଳୋତ୍ତମା ପଣ୍ଡା, କୋଅର୍ଡିନେଟର ଭୀମ ଗଉଡ଼, ସିଲେଇ ପ୍ରଶିକ୍ଷଣ ଶିକ୍ଷୟତ୍ରୀ ନିରୁପମା ପଧାନ, ବର୍ତ୍ତମାନର ସିଲେଇ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଏବଂ ବିବେକାନନ୍ଦ ୟୁଥ୍ କ୍ଲବର ସଦସ୍ୟଙ୍କ ସହ ମୋଟ ୪୫ ଜଣ ଉପସ୍ଥିତ ଥିଲେ।
ପ୍ରଥମେ ବିଦ୍ୟାଳୟ ପରିସର ସଫେଇ କରିବା ପରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ପରିଶେଷରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପରିବେଶର ଯତ୍ନ ନେବା, ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟବହାର ନ କରିବା ଆଦି ବିଷୟରେ ଅଭିଭାଷଣ ପ୍ରଦାନ କରାଯାଇଥିଲା।





