ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଲୱେ ଷ୍ଟେସନ ନିକଟସ୍ଥ ଫାଟକ ଟ୍ରାକରୁ ଯୁବକର ମୃତ ଦେହ ଠାବ ହୋଇଛି l ମୁରିବାହାଲରୁ କଣ୍ଟାବାଞ୍ଜି ଅଭିମୁଖେ ଦ୍ରୁତଗତିରେ ଯାଉଥିବା ସମତା ଏକ୍ସପ୍ରେସ ସମ୍ମୁଖରେ ଆସି ଯୁବକ ମୃତ୍ୟୁ l ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିବା ବେଳେ ଦେଖିବାକୁ ମିଳିଛି l ସୂଚନା ମୁତାବକ ମୃତ ବ୍ୟକ୍ତି ଜଣକ ହେଲେ କଣ୍ଟାବାଞ୍ଜି ଆନନ୍ଦନଗର (ୱାର୍ଡ ନଂ ୮)ର ସଞ୍ଜୟ ନାଏକ (୩୫) ସେ ମୁରିବାହାଲ ସ୍ଥିତ ଧୂବା ପଡ଼ାରୁ ବିବାହ କରିଥିଲେ l ବିବାହ ପରେ ମୁରିବାହାଲ ଧୁବାପଡା ଶଶୁର ଘରେ ରହି କାଠ ମିସ୍ତ୍ରୀ ଭାବେ କାମ କରୁଥିଲେ l କୌଣସି କାରଣରୁ ଘରୋଇ କଳହ ଦୀର୍ଘ ଦିନ ଧରି ଲାଗିଥିବା ଜଣା ଯାଉଛି l ଆଜି ଦିନ ୨ ଟା ବେଳେ ଘରୋଇ କଳହ ହୋଇଥିବା ବେଳେ ଯାତ୍ରୀବାହି ସମତା ଏକ୍ସପ୍ରେସରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ଘଟଣା ସ୍ଥଳରେ ଜିଆରପି ଏସ ଆଇ ମହେଶ ପ୍ରଧାନ, ଆରପିଏଫ ଏ ଏସ ଆଇ ପରମାନନ୍ଦ ଭାଟି, କନେଷ୍ଟବଲ ସତ୍ୟରଞ୍ଜନ ସାହୁ ଉପସ୍ଥିତ ରହି କେସ ନଂ ୨୩/୨୬ ୠଜୁକରି ଅଧିକ ତଦନ୍ତ ଆରମ୍ଭ କରୁଥିବା ଏଏସଆଇ ଭାଟି କହିଛନ୍ତି l





