ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ କାହାର ଛତ୍ର ଛାୟରେ ଚାଲିଛି କ୍ଵାକ ରାଜ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅର୍ନ୍ତଗତ ପତ୍ରାପାଲି-କ ପଞ୍ଚାୟତ ଅଇଲାଭଟ୍ଟା ଗାଁ ର ଜଣେ ବ୍ୟକ୍ତି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ସ୍ଥାନୀୟ କ୍ଵାକ୍କୁ ଚିକିତ୍ସା ପାଇଁ ଖବର ଦେଇଥିଲେ। ଖବର ପାଇ ଲିମପରା ଗାଁର ଶ୍ୟାମ ସାହୁ ନାମକ ଜଣେ କ୍ଵାକ ତାଙ୍କୁ ଚିକିତ୍ସା କରିଥିଲେ। ତାଙ୍କ ଘରକୁ ଯାଇ ଇଞ୍ଜେକ୍ସନ ଦେଇଥିବା ପରିବାର ଲୋକେ ଯାହା ପ୍ରକାଶ କରିଛନ୍ତି। ଯାହା ଫଳରେ ଦକ୍ଷଲାଳ ମହାନନ୍ଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଜଟିଳ ହୋଇଯାଇଥିଲା। ଚିକିତ୍ସା ପାଇଁ ତାଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି। ତେବେ ମୁରିବାହାଲ ବ୍ଲକ ହଳଦୀଗାଁରେ ଓ ପାଟଣାଗଡ଼ ବ୍ଲକ ରେଙ୍ଗାଲି ପରେ ଆଜି ପୁଣି ମୁରିବାହାଲ ବ୍ଲକ ଅଏଁଲାଭଟା ଗ୍ରାମରୁ ଆସିଥିବା ସାଙ୍ଘାତିକ ଖବର ସାରା ଜିଲ୍ଲାରେ ଚଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ଦିନକୁ ଦିନ କ୍ଵାକ ମାନଙ୍କ ରାଜ କାହା ଛତ୍ର ଛାୟାରେ ଚାଲିଛି ତାହା ପ୍ରଶ୍ନବାଚି ସୃଷ୍ଟି କରିଛିl ବଲାଙ୍ଗୀର ଜିଲ୍ଲାର ଗ୍ରାମାଞ୍ଚଳରେ ଦିନକୁ ଦିନ କ୍ୱାକ୍ ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ଜନସାଧାରଣଙ୍କ ଜୀବନ ସହ ଖେଳ ସଦୃଶ ହୋଇଛି। ଏହି ଘଟଣାରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.