ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି (ଜୁନ ୮) ଏକ ଲାଞ୍ଚ ମାମଲାରେ ପୂର୍ବତନ ଜାତୀୟ ରାଜପଥ ଉପଖଣ୍ଡ ଅଧିକାରୀ ନୂଆପଡା, ଖରିଆର ରୋଡ (ଜାତୀୟ ରାଜପଥ ଵିଭାଗ, ନୂଆପଡା ଉପଖଣ୍ଡ ର ସହକାରୀ ନିର୍ବାହୀ ଯନ୍ତ୍ରୀ) ସଂଯୋଗ କୁମାର ମେହେର ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାଇ ଗତ ୮/୧୦/୨୦୨୦ ରିଖ ଦିନ ଜୈନିକ ସୁଶାନ୍ତ କୁମାର କୋଲ୍ଲାର ଗ୍ରାମ ଖରିଆରରୋଡ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ସେ ଜାତୀୟ ରାଜପଥ କଡରେ ଏକ ପେଟ୍ରୋଲ ପମ୍ପ କରିବା ପାଇଁ ଆବଶ୍ୟକ କାଗଜ ପତ୍ର ଦାଖଲ କରିଥିଲେ ଏବଂ ସାଇଟ ଭେରିଫିକେସନ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ହେଲେ ଉକ୍ତ କାମ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ୨୦,୦୦୦/- ଟଙ୍କା ଲାଞ୍ଚ ମାଗୁଥିବାର ଅଭିଯୋଗ କରି କୋରାପୁଟ ଭିଜିଲାନ୍ସଙ୍କ ପାଖରେ ଶ୍ରୀ କୋଲ୍ଲାର ଅଭିଯୋଗ ଦାଖଲ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତି କରି କୋରାପୁଟ ଭିଜିଲାନ୍ସ କେଶ ନଂ ୨୨ ତା ୮/୧୦/୨୦୨୦ ରେ ରୁଜୁ କରି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଜେଲ ହାଜତକୁ ପଠାଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଜର୍ଜଙ୍କ ପାଖରେ ଶୁଣାଣି ହୋଇଥିଲା। ଏହି କେଶରେ ଭିଜିଲାନ୍ସ ତରଫରୁ ୭ ଜଣକୁ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଉକ୍ତ ସାକ୍ଷୀ ମାନଙ୍କର ବୟାନ ଆଧାରରେ ଆଜି ମନ୍ୟବର ଭିଜିଲାସନ୍ସ ସ୍ୱତନ୍ତ୍ର ଅଦାଲତ ବିଚରାପତି ବଦ୍ରି ନାରାୟଣ ନନ୍ଦ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ସା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ।





