ଗୋଲାମୁଣ୍ଡା ବ୍ଲକ ଯାଦବ ସମିତିର କର୍ମକର୍ତ୍ତା ସଂପ୍ରସାରଣ ଓ ବ୍ଳକ ଯୁବ ଯାଦବ ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଯାଦବ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅମଠା ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସଭାପତି ଗିରିଧାରୀ ତେଜିଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଉପସଭାପତି ଅଳେଖ ଚନ୍ଦ୍ର ଗୋପାଳ ଓ ଧର୍ମଗଡ଼ ବ୍ଲକ ଯାଦବ ମହାସଭା ସଭାପତି ଶଙ୍କର ପ୍ରସାଦ ଜୁଏଡ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ୨୭ ଗୋଟି ଆଞ୍ଚଳିକ ଯାଦବ ସମାଜର କର୍ମକର୍ତ୍ତାଙ୍କ ସମେତ ଗୋଲାମୁଣ୍ଡା ବ୍ଲକ ଯାଦବ ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଯଦୁକୂଳ ମଣି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ବୈଠକ ଆରମ୍ଭ ହୋଇଥିଲା। ବ୍ଳକ ସଭାପତି ଗିରିଧାରୀ ତେଜି କଳାହାଣ୍ଡି ଜିଲ୍ଲା କାର୍ଯ୍ୟ କାରିଣୀ ସଭାପତି ଭାବେ ମନୋନୀତ ହୋଇଥିବାରୁ ବ୍ଳକ ସଭାପତି ପଦରୁ ଅବ୍ୟାହତି ନେଇ ଥିଲେ। ପରେ ଗୋଲାମୁଣ୍ଡା ବ୍ଲକ ସଭାପତି ଚୟନ ହୋଇଥିଲା । ସର୍ବ ସମ୍ମତି କ୍ରମେ ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ଉପସଭାପତି ରେବା କଟାଙ୍କୁ ନୂତନ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଦଶପୁର ଜୋନାଲ ସଭାପତି ତିଲେଶ୍ଵର ଘି ଉପସଭାପତି ଏବଂ ପୂର୍ଣ୍ଣଚନ୍ଦ୍ର ନାଗ ଦଶପୁର ଜୋନାଲ ସଭାପତି ଭାବେ ଚୟନୀତ ହୋଇଥିଲେ। ସେହିପରି ଭାବେ ଗୋଲାମୁଣ୍ଡା ବ୍ଲକ ଯୁବ ଯାଦବ ସଭାପତି ଭାବରେ ସତ୍ୟବ୍ରତ ବଗର୍ତ୍ତୀ, ଉପ ସଭାପତି ବାଳକୃଷ୍ଣ ବାଗ, ଭଗବାନ ଭାଟି, ସଂପାଦକ ବିପିନ ହଂସ, ଯୁଗ୍ମ ସଂପାଦକ ରାଜେଶ ବଗର୍ତ୍ତୀ, କୋଷାଧ୍ୟକ୍ଷ ଭରତ ଗହିର ପ୍ରମୁଖ ଚୟନୀତ ହୋଇଥିଲେ। ବ୍ଳକ ଯାଦବ ସମିତିର ସଂପାଦକ ପରୀକ୍ଷିତ ଖର୍ସେଲ ବୈଠକ ପରିଚାଳନା କରିଥିବା ବେଳେ  ଯୁଗ୍ମ ସଂପାଦକ ସଦାଶିବ ବେମାଲ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.