ଓଡ଼ିଆ ବାର୍ତ୍ତା/ ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁର ଯୁବକ ମାନେ କ୍ରୀଡା କ୍ଷେତ୍ରରେ ଜିଲାରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛନ୍ତି l କିନ୍ତୁ ଖେଳ ପଡିଆ ନାହିଁ l ଏଣୁ ଗାଁର ଯୁବକ ମାନଙ୍କୁ ଖେଳ ଅଭ୍ୟାସ ପାଇଁ ଅନ୍ୟ ଗାଁ ଖେଳ ପଡିଆ ଉପରେ ନିର୍ଭର କରିବାକୁ ପଡୁଛି l ଏହାର ସମାଧାନ ଏକ ସରକାରୀ ସ୍ଥାନକୁ ସଫାକରି ପଡ଼ିଆର ରୂପ ଦେବା ଚେଷ୍ଟା କରିଛନ୍ତି l ସରକାରୀ ସହାୟତା ପ୍ରଦାନ କଲେ ଏକ ଭଲ ଖେଳପଡିଆ ହୋଇ ପାରିବ ବୋଲି ଖେଳାଳି ସହ ଯୁବକ ମାନେ ମତ ପ୍ରକାଶ କରିଛନ୍ତି l ତେଣୁ ବଡପରାର ଉକ୍ତ ସ୍ଥାନରେ ଖେଳ ପଡିଆ ନିର୍ମାଣ ପାଇଁ ଦାବି ହୋଇଛି । ଏଣୁ ସ୍ଥାନୀୟ ପ୍ରଶାସନ ସହ ଲୋକ ପ୍ରତିନିଧି ଏ ଦିଗରେ ଦୃଷ୍ଟି ଦେବାକୁ ଅମରେନ୍ଦ୍ର ନନ୍ଦ, ବିନେଶ ମହାନନ୍ଦ, ରାହୁଲ ନନ୍ଦ, ରାଜେଶ ରଣା, ହିତେଶ ନନ୍ଦ, ଦୀପକ ଭୋଇ, ସୁଜନ ରଣାଙ୍କ ସମେତ ଶତାଧିକ ଯୁବକ ଦାବୀ କରିଛନ୍ତି ।





