ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ପୋଷଣ ଭି ପଢାଇ ଭି ପ୍ରଶିକ୍ଷଣ ଶିବିର ସଫଳତା ପୂର୍ବକ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ଳକ ସିଡ଼ିପିଓ ଲଳିତା ମଲ୍ଲିକଙ୍କ ସଂଯୋଜନା ରେ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା | ଏଥିରେ ମୋଟ ନଅ ଗୋଟି ସେକ୍ଟରର ତିନୋଟି ପର୍ଯ୍ୟାୟ ରେ ଅଙ୍ଗନବାଡି କର୍ମୀମାନେ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ, ପୁରୁଷୋତ୍ତମପୁର ବ୍ଳକର ୨୬ ଗୋଟି ଗ୍ରାମ ପଞ୍ଚାୟତ ସମେତ ବିଜ୍ଞାପିତ ଅଞ୍ଚଳ ର ମୋଟ ୧୪ ଗୋଟି ୱାର୍ଡକୁ ମିଶାଇ ସର୍ବମୋଟ ୨୫୩ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ପର୍ଯ୍ୟାୟ କ୍ରମେ ସମସ୍ତ ଅଙ୍ଗନବାଡି କର୍ମୀମାନେ ଯୋଗଦେଇସାରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ୬ ବର୍ଷରୁ କମ୍ ଶିଶୁମାନଙ୍କୁ ଆବଶ୍ୟକତା ଅନୁପାତରେ ସ୍ୱାସ୍ଥ୍ୟ ବର୍ଦ୍ଧକ ବିଭିନ୍ନ ପ୍ରକାର ପୌଷ୍ଟିକ ଖାଦ୍ୟ ସହିତ ‘ପୋଷଣ ଭି, ପଢାଇ ଭି’ ଅଭିଯାନ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ପିଲାମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷା ଦିଆଯିବା ଏହି ପ୍ରଶକ୍ଷିଣ ରେ ସିଡ଼ିପିଓ ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ତାଲିମ ଗ୍ରହଣ କରିସାରିବା ପରେ ସରକାରଙ୍କ ଏହି ଅତି ମହତ୍ବାକା°କ୍ଷି ଯୋଜନା କିଭଳି ଭାବେ ସଫଳ ହେବେ ସେଥିପ୍ରତି ବିଶେଷ ଭାବେ ଧ୍ୟାନ ଦେଇ ନିଷ୍ଠାର ସହିତ କର୍ତ୍ତବ୍ୟବୋଧ ପରାୟଣ ହୋଇ ନିଜ ନିଜର କ୍ଷେତ୍ରରେଶିଶୁ ମାନଙ୍କ ସର୍ବାଙ୍ଗୀନ ଉର୍ନ୍ନତି ରେ କାମ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ନିଜ ହାତରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ, ଖେଳନା ଏବଂ ଶିକ୍ଷଣୀୟ ଉପକରଣ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେସମସ୍ତ ସୁପର ଭାଇଜର, ବିଶି, ପୋଷଣ ଷ୍ଟାଫ, ମମତା ଯୋଜନା, ଷ୍ଟାଫ, ପିଏ ସମସ୍ତ ଙ୍କ ସହଯୋଗ ରେ ସମାପନ ହୋଇଥିଲା |





