ନର୍ଲା ବ୍ଲକରେ ଗଡିଲା ଶ୍ରୀ ଅନ୍ନ ଅଭିଯାନ ଯୋଜନା ରଥ

ସରକାର ମଣ୍ଡି ମାଧ୍ୟମରେ ଚାଷୀ ମାନଙ୍କ ଠାରୁ କିଣିବେ ମାଣ୍ଡିଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗଡିଲା ଶ୍ରୀ ଅନ୍ନ ଯୋଜନା ଅଭିଯାନ ରଥ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ମାଣ୍ଡିଆ ଚାଷୀଙ୍କ ପାଇଁ ଜନ ସଚେତନତା ନିମନ୍ତେ ଆଜି ବୁଧବାର ୮/୧ ରୁ ଏକ ସଚେତନତା ରଥ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳ ପରିକ୍ରମା କରି ମାଣ୍ଡିଆ ଚାଷୀଙ୍କୁ ସଚେତନତା କରିବ। ଏହା ଆସନ୍ତା ୧୧ ତାରିଖ ଯାଏଁ ବୁଲିବ।

Omkar Vasthu
Omkar Vasthu

ଏଥିରେ ଚାଷୀ ମାନଙ୍କୁ ଅନୁରୋଧ କରାଯାଇଛି ଚଳିତ ଖରିଫ ବର୍ଷ ୨୦୨୪/୨୫ ମାଣ୍ଡିଆ ବିକ୍ରୟ କରିବା ପାଇଁ ଯଥାବିଧ ଏକ ସ୍ୱତନ୍ତ୍ର ୱେବସାଇଟରେ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କରାଇନେବେ। ସରକାର ମଣ୍ଡି ମାଧ୍ୟମରେ ମାଣ୍ଡିଆ ଚାଷୀଙ୍କ ଠାରୁ ମାଣ୍ଡିଆ କିଣିବେ। ମାଣ୍ଡିଆର ସହକାରୀ ଧାର୍ଯ୍ୟମୂଲ୍ୟ କ୍ୱିଣ୍ଟାଲ ପ୍ରତି ୪୨୯୦ ଟଙ୍କା ରଖାଯାଇଥିବା ବେଳେ ଚାଷୀଙ୍କୁ ବୋନସ ଆକାରରେ ରାଜ୍ୟ ସରକାର ୨୧୦ ଟଙ୍କା ଏଭଳି ଚାଷୀ ଏକ କ୍ୱିଣ୍ଟାଲ ମାଣ୍ଡିଆ ବିକ୍ରୟ କରି ୪୫୦୦ ଟଙ୍କା ପାଇବେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ସଚେତନତା ରଥକୁ ସକାଳ ୧୦ ଘଣ୍ଟା ସମୟରେ ନର୍ଲା ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ନର୍ଲା ସହକାରୀ କୃଷି ଅଧିକାରୀ ପ୍ରବୀଣ ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ସୁଶାନ୍ତ କୁମାର ମହାରାଣା, କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନର ନର୍ଲା ବ୍ଲକ ସଂଯୋଜକ ସୁକାନ୍ତ କୁମାର ଚାନ୍ଦ, ସହ ସଂଯୋଜକ ଥବିର ସାହୁ ପ୍ରମୁଖ ସବୁଜ ପତାକା ଦେଖାଇ ଶ୍ରୀ ଅନ୍ନ ଅଭିଯାନ ଯୋଜନା ରଥର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଭାଗର ନିରାକାର ସାହୁ, ଏଓ ଜବଦୁ ବାଗ, ସହଭାଗୀ ବିକାଶ ଅଭିଯାନର କର୍ମଚାରୀ କ୍ଷେତ୍ର କର୍ମୀ, ମଧୁସୂଦନ ମାଝୀ, ହରିହର ଭୋଇ, ସୁଦାମ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ। ରଥ ନର୍ଲା ଅଭିମୁଖେ ପ୍ରଥମ ଯାତ୍ରା ଆରମ୍ଭ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.