କରମତଲା ହାଇସ୍କୁଲର ବାର୍ଷିକ କ୍ରୀଡ଼ା: ନୀତେଶ, ସୁଷମା ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ କରମତଲା ସ୍ଥିତ ବୁଢ଼ାରଜା ହାଇସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରଧାନ ଶିକ୍ଷକ ଦ୍ବିତୀକୃଷ୍ଣ ପଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି | ଭାରପ୍ରାପ୍ତ ଖେଳ ଶିକ୍ଷକ ବିବେକାନନ୍ଦ ସୁନାନୀ, ପୂର୍ବତନ ଛାତ୍ର ଜ୍ୟୋତିରାଜ ବାଗ ଏବଂ ଶିକ୍ଷକବୃନ୍ଦ ପ୍ରତିଯୋଗିତା ପରିଚାଳନା କରିଥିଲେ | ଆଲୁମିନି ସଭାପତି ରାଜକିଶୋର ସିଂ ବୁଡ଼େକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କରମତଲା ସରପଞ୍ଚ ତିଳୋତ୍ତମା ବାଗ ମୁଖ୍ୟଅତିଥି, ସାମାଜିକ କର୍ମୀ ପ୍ରଦୀପ ବାଗ, ଅବସରପ୍ରାପ୍ତ ଖେଳ ଶିକ୍ଷକ ନିମାଇଁ ମନହିରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ | ବାଳକ ବିଭାଗରେ ନୀତେଶ ନାଗ ଓ ବାଳିକା ବିଭାଗରେ ସୁଷମା ସିଂ ବାବୁ ଚମ୍ପିୟାନ ହୋଇଥିଲେ | ଶିକ୍ଷକ ସୁନୀଲ ଭୋଇ ଅତିଥି ପରିଚୟ ଓ ଜଗଦୀଶଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.