‘କଳାହାଣ୍ଡିର ମାଟି କଳା ସଂସ୍କୃତିର ଗନ୍ତାଘର’

ସର୍ଗିଗୁଡାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ମାଟି କଳା ସଂସ୍କୃତିର ଗନ୍ତାଘର। ତେବେ ଅନେକ ପ୍ରାଚୀନ କଳା ସଂସ୍କୃତି କାଳର କରାଳ ଗର୍ଭରେ ବିଳିନ ହେବାକୁ ବସିଛି। ତେଣୁ ଏହାର ସଂରକ୍ଷଣ ପାଇଁ ସମସ୍ତେ ଧ୍ୟାନ ଦେବା ଜରୁରୀ ବୋଲି ସର୍ଗିଗୁଡା ଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ମତ ପ୍ରକାଶ ପାଇଛି। ବୁଧବାର ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ୟୁପିସ୍କୁଲ ପରିସରରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅନୁଷ୍ଠିତ ହୋଇଯାଇଛି ।

ସକାଳ ୧୧ ଘଣ୍ଟା ସମୟରେ ଏନେଇ ନର୍ଲାରୋଡ ଦୁର୍ଗା ମନ୍ଦିରରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆଙ୍କ ନେତୃତ୍ୱରେ ନାଏବ ସରପଞ୍ଚ ସୁମିତ୍ରା ଓଝା, ଚକ୍ରଧର ସା, ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଗଜୀବନ ସାହୁ, ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ସର୍ଗିଗୁଡା ଗ୍ରାମ ପଂଚାୟତ କର୍ମଚାରୀ ଟଂକଧର ସା, ଜିଆରଏସ ଦେବକୀ ମାଝୀ, କର୍ମଚାରୀ ଶଙ୍କର ଗୌଡ଼, ଯଦୁ ମାଝୀଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଗ୍ରାମବାସୀ, ଓ ଛାତ୍ର ଛାତ୍ରୀଙ୍କ ଗହଣରେ ଆଦିମାତା ମଞ୍ଚକୁ ମଶାଲ ନେଇଆସି ସ୍ଥାପନା କରିଥିଲେ । ଏହାପରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତାମାନ ଅନୁଷ୍ଠିତ ହୋଇଥିଲା ।

ଚକ୍ରଧର ସାଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷୟିତ୍ରୀ ମାନେ ପ୍ରତିଯୋଗୀତା ଗୁଡିକ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଅତିଥି ବୃନ୍ଦ ଓ ୱାର୍ଡ ସଭ୍ୟ ସଭ୍ୟାଙ୍କୁ ଗ୍ରାମ ପଂଚାୟତ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଅଧିବେଶନରେ ଆଦିମାତା ମଞ୍ଚରେ ପଞ୍ଚାୟତ ଅଧିନ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ମହିଳା ମାନଙ୍କୁ ନେଇ ଅନୁଷ୍ଠିତ ଝୋଟି, ଫୁଲତୋଡା, କେଶ ଶଜ୍ଜା, ହୁଳହୁଳି ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ପଞ୍ଚାୟତ ଅଞ୍ଚଳର ଉତ୍ତମ ଛାତ୍ର, ଉତ୍ତମ ଚାଷୀ, ଉତ୍ତମ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ବିଶିଷ୍ଟ କଳାକାର, ଉଦ୍ୟୋଗୀ ମହିଳାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

କାର୍ଯ୍ୟକ୍ରମରେ ସର୍ଗିଗୁଡା, ବାଂକେଲ, ନର୍ଲାରୋଡ଼, ଭଟାଙ୍ଗ, ବେହେରାପାର୍ଟି ଓ ଅନ୍ୟାନ୍ୟ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଚକ୍ରଧର ସା ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନାଏବ ସରପଞ୍ଚ ସୁମିତ୍ରା ଓଝା, ଜିଆରଏସ ଦେବକୀ ମାଝୀ, ଯୋଗାଣ ସହାୟକ ଟଙ୍କଧର ସା, ଶଙ୍କର ଗୌଡ଼, ଯଦୁ ମାଝୀଙ୍କ ସମେତ ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.