ସାହିତ୍ୟ ଜୀବନର ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଏକ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ସଂଯୋଜକ ଭାବେ ଲଳିତ ମୋହନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଉପ ସଭାପତି ଡ଼. ଶୋଭାଗିନୀ ନନ୍ଦ ଗଳ୍ପ ଓ ଉପନ୍ୟାସର ସଂଜ୍ଞା ଓ ତା’ର ବିଭିନ୍ନ ଦିଗ ଉପରେ ସମ୍ୟକ ଭାବରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଔପନ୍ୟାସିକ, ନାଟ୍ୟକାର ତଥା କଥାକାର ଅଜୟ ମହାପାତ୍ର ଏବଂ ଗାଳ୍ପିକ ତଥା ଯୁବ ଔପନ୍ୟାସିକ ସ୍ଵରୁପ କୁମାର ନାୟକ ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଗ ଧାଡ଼ିର କବି କବୟତ୍ରୀଙ୍କ ମଧ୍ୟରେ ସଂଘମିତ୍ରା ଶତପଥୀ, ପୂଜାଶ୍ରୀ ସେଠୀ, ଅଂଶୁମାନ ସ୍ୱାଇଁ, ବନ୍ଦନା ସାହୁ, ରିତେଶ ଦାଶ, ଆୟୁଷ ବଢ଼ାଇ, ଶୁଭଲକ୍ଷ୍ମୀ ସାମନ୍ତରାୟ, ମନସ୍ମିତା ବେହେରା, ସଫଳା ଦାଶ, ଅମଳେନ୍ଦୁ ମହାପାତ୍ର, ବିଦ୍ୟାଧର ଦଳବେହେରା, ପଦ୍ମାଳୟା ପଣ୍ଡା, ମୁରାରି ପ୍ରସାଦ ପସାଏତ, ଦିପେନ୍ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ରୁକେୟା ଜବିନ୍, ପ୍ରମୁଖ କବିତା ପାଠ କରିଥିଲେ । କବିତା ଗୁଡ଼ିକର ସଂଯୋଜନା କରିଥିଲେ ସ୍ୱାଗତିକା ସାହୁ । ଓଡ଼ିଶାର କୋଣ ଅନୁକୋଣରୁ ଶହେରୁ ଉର୍ଦ୍ଧ୍ବ ସାହିତ୍ୟ ପ୍ରେମୀ ଏଥିରେ ସାମିଲ ହୋଇଥିଲେ । ଶେଷରେ ଲଳିତ ମୋହନ ମିଶ୍ର କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟିତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.