ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୧୫ ତମ ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ୧୫ତମ ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଆଜି ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ନିଷ୍ପତି ଅନୁସାରେ ସକାଳ ଘ. ୭ ମି ସମୟରେ କଶୋଲ କଳା ମଣ୍ଡଲ ପରିସରରୁ ଏକ ସଚେତନତା ରାଲି ମହିଳା ମହାବିଦ୍ୟାଳୟ ଯାଏଁ ଆୟୋଜନ କରାଯିବ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ପବିତ୍ର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ରାଜେନ୍ଦ୍ର ନାୟକ, ବିଭିନ୍ନ ମହାବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଏହି ବୈଠକ ରେ ଯୋଗ ଦେଇଥିଲେ। ଉକ୍ତ ଦିବସ ଉପଲକ୍ଷେ ବୁଥ ଲେଭେଲ କର୍ମୀ, ଇଆରଓ, ଏଇଆରଓ, ସୁପରଭାଇଜର ଭଲ ପ୍ରଦର୍ଶନ କରିଥିବା ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ସେହିପରି ବିଦ୍ୟାଳୟ ଏବଂ ମହା ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା କରାଯିବ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଧନ୍ୟବାଦ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.