ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ଗାନ୍ଧି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଲାଲମନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ କ୍ଵାଟର ଫାଇନାଲ ମ୍ୟାଚ୍ ମୁମ୍ବାଇର ରକେଟ ଏକାଦଶ ଓ ଭୁବନେଶ୍ଵର ଇଷ୍ଟକୋଷ୍ଟ ରେଲୱେ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେମିଫାଇନାଲକୁ ମୁମ୍ବାଇର ରକେଟ ଏକାଦଶ ଉନ୍ନୀତ ହୋଇଛି। ଟି-୨୦ ଫର୍ମାଟ୍ ବିଶିଷ୍ଟ ମ୍ୟାଟ୍ରେ ଭୁବନେଶ୍ଵର ଇଷ୍ଟକୋଷ୍ଟ ରେଲୱେ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ୱିକେଟ ବିନିମୟରେ ୯୩ରନ କରିଥ ରିଥିଲା। ଜବାବରେ ମୁମ୍ବାଇର ରକେଟ ଏକାଦଶ ଦଳ ୧୮.୪ ଓଭରରେ ୮ ୱିକେଟ ବିନିମୟରେ ୯୪ର କରିଥିଲା। ଟି-୧୦ ଫର୍ମାଟ ବିଶିଷ୍ଟ ମ୍ୟାଚ୍ରେ ଭୁବନେଶ୍ୱର ଦଳ ୫ ୱିକେଟ ବିନିମୟରେ ୧୨୭ରନ କରିଥିଲା। ଜବାବରେ ମୁମ୍ବାଇ ଦଳ ୯.୫ ଓଭରରେ ୫ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଆଜି ଅତିଥି ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମାକେଟିଂ ଅଫିସର ଲିଙ୍କନ ସାହୁ ଏବଂ ନରେନ୍ଦ୍ର ଦଲେଇ ଯୋଗଦେଇ ମୁମ୍ବାଇ ଦଳର ରଶ୍ମିକାନ୍ତ ରଞ୍ଜନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ସତ୍ୟପ୍ରସାଦ ରଥ ଓ ଶ୍ୟାମସୁନ୍ଦର ପଣ୍ଡା ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ। କ୍ଷେତ୍ରବାସୀ ସାହୁ ସ୍କୋରର ତାୟିତ୍ଵ ତୁଲାଇ ଥିବାବେଳେ ଦୀନେଶ ଘିବିଲା ଓ ବିଶ୍ବନାଥ ନାୟକ ଅନଲାଇନ ସ୍କୋରିଂ କର୍ଯ୍ୟ ନିର୍ବାହ କରିଥିଲେ। ବି.ଏସ ରାଓ ଓ ପାର୍ଥସାରଥୀ ଦାଶ ଧାରା ବିବରଣୀ ପ୍ରଦାନ କରିଥିଲେ।