ସାତ ଦିନ ପ୍ରଭୁଙ୍କ ଭଜନ କୀର୍ତ୍ତନରେ କମ୍ପିବ ଲୀଳାକ୍ଷେତ୍ର
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା ମାର୍ଚ୍ଚ ୧୯ ରୁ ୨୫ ପର୍ଯ୍ୟନ୍ତ ୭ ଦିନ ଧରି ସୋନପୁରଠାରେ ଶ୍ରୀ ଜଗନ୍ନାଥ ମହୋତ୍ସବ ତଥା ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହେବ। ଏନେଇ ଆଜି କମିଟିର ସଭାପତି ଗଦାଧର ବାରିକଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ସ୍ଥାନୀୟ ରୟାଲ ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି। ମଧ୍ୟାହ୍ନରେ ପ୍ରଥମେ ଏକ ଶାଳ ଗଛକୁ ପୂଜାର୍ଚ୍ଚନା କରି ସେଠାରୁ ଶୁଭ ଖମ୍ଭ ସଂଗ୍ରହ କରାଯାଇଥିଲା। ସନ୍ଧ୍ୟାରେ ପ୍ରବାଚକ ପଣ୍ଡିତ ଜିତୁ ଦାଶଙ୍କ ଦ୍ଵାରା ପ୍ରାରମ୍ଭିକ ସ୍ତମ୍ଭପୂଜା ହୋଇଥିଲା। ଏହାପରେ ମୁଖ୍ୟ ପୂଜକ ପଣ୍ଡିତ ରାଜୀବ ଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ପୂଜକ ରାଧେଶ୍ୟାମ ପୁରୋହିତ, ବୁଲୁ ମିଶ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ପୂଜାରେ କର୍ତ୍ତା ଭାବେ ବୈକୁଣ୍ଠ ଶତପଥୀ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ଅବସରରେ ଶ୍ରୀବତ୍ସ ମଲ୍ଲିକ, ବେଣୁଧର ପ୍ରଧାନ, ଗଣପତି ବାଗ, ବାସୁଦେବ ତ୍ରିପାଠୀ, ମନୋଜ ବାରିକ, ସନ୍ତୋଷ ପଧାନ, ସଞ୍ଜୀବ ବେଦବାକ ଓ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।