ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଉନ୍ମୋଚିତ ହେଲା ପ୍ରଫେସର ଆଶୁତୋଷ ପଟ୍ଟନାୟକଙ୍କ ତୈଳଚିତ୍ର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ପ୍ରାଚୀନ ସାରସ୍ବତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ୍ ପ୍ରଫେସର ଆଶୁତୋଷ ପଟ୍ଟନାୟକଙ୍କ ତୈଳଚିତ୍ର ମଙ୍ଗଳବାର ସଂଧ୍ୟାରେ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଉନ୍ମୋଚିତ ହୋଇଯାଇଛି। ପ୍ରବନ୍ଧ ରଚନା ଓ ପୋଥି ସଂପାଦନା କ୍ଷେତ୍ରରେ ପ୍ରଫେସର ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ। ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ଜଣେ ଛାତ୍ରବତ୍ସଳ ପ୍ରଫେସର ଭାବେ ସେ ସୁପରିଚିତ ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ଦୀର୍ଘ ବର୍ଷ ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଯଥାର୍ଥ ମାର୍ଗଦର୍ଶନ କରି ଏହି ସାହିତ୍ୟସାଧକଙ୍କ କର୍ମମୟ ଜୀବନ ପୁଷ୍ପଳ ହୋଇଥିଲା ବୋଲି ତୈଳଚିତ୍ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ପ୍ରଫେସର ଓଁକାର ନାଥ ମହାନ୍ତି, ସମ୍ମାନନୀୟ ଅତିଥି ପ୍ରଫେସର ସଂଘମିତ୍ରା ମିଶ୍ର ଓ ମୁଖ୍ୟବକ୍ତା ପ୍ରଫେସର ବିଜୟାନନ୍ଦ ସିଂହ ମତ ପ୍ରକାଶ କରିଥିଲେ। ପ୍ରଫେସର ବିଜୟ କୁମାର ଶତପଥୀ ଓ ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା ମଧ୍ୟ ପ୍ରଫେସର ପଟ୍ଟନାୟକଙ୍କ ଜୀବନ ଓ ସାଧନା ସଂପର୍କରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ସ୍ବାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମଂଚକୁ ଆମନ୍ତ୍ରଣ କରିଥିଲେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ସରୋଜିନୀ ମିଶ୍ର। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ। ସଭା ଆରମ୍ଭରେ ପ୍ରଫେସର ଗୋପାଳ ଚନ୍ଦ୍ର କରଙ୍କ ଦେହାନ୍ତରେ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ଦିଲ୍ଲୀପ ଦାସ, ତପନ କୁମାର ସ୍ବାଇଁଙ୍କ ସମେତ ପ୍ରଫେସର ପଟ୍ଟନାୟକ ସହଧର୍ମିଣୀ ଡାକ୍ତର ବିମଳା ମହାନ୍ତି, ପୁତ୍ର ଅମିତ ବିକ୍ରମ ପଟ୍ଟନାୟକ, ଡକ୍ଟର ନଟବର ଶତପଥୀ, ଡକ୍ଟର ଅଲେଖ ଚନ୍ଦ୍ର ପଢ଼ିହାରୀ, ଅମୃତ ନାଥ ମହାନ୍ତି, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଡକ୍ଟର ପ୍ରଦୀପ୍ତ କୁମାର ବାରିକ୍, ଡକ୍ଟର ଜ୍ଞାନୀ ଦେବାଶିଷ ମିଶ୍ର, ଡକ୍ଟର ଅର୍ଜୁନ ମଲ୍ଲିକ, ଡକ୍ଟର ସଂଘମିତ୍ରା ଭଞ୍ଜ, ଗଜେନ୍ଦ୍ର କୁମାର ପାଣି, ଉମାଶଙ୍କର ମିଶ୍ରଙ୍କ ସମେତ ଅନେକ ସାରସ୍ବତ ସାଧକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.