ୟଙ୍ଗ୍ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଦ୍ବିତୀୟ ସେମି ଫାଇନାଲରେ ଚିଲଡଙ୍ଗରୀ-ଆମପାଣି ମୁକାବିଲା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ୟଙ୍ଗ୍ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦିତୀୟ ସେମିଫାଇନାଲ ଖେଳ ଗୁରୁବାର ସିଉନୀ ଓ ଆମପାଣି ମଧ୍ୟରେ ଅନୁଷ୍ଠିତ ହୋଇଛି। ଏଥିରେ ସିଉନୀକୁ ହରାଇ ଆମପାଣି ଦଳ ଫାଇନାଲକୁ ପ୍ରବେଶ କରିଛି। ସିଉନୀ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୭ ଉଇକେଟ ବିନିମୟରେ ୭୮ ରନ୍ ସଂଗ୍ରହ କରିଥିଲା। ୭୯ ରନ୍ ର ବିଜୟ ଲକ୍ଷ ନେଇ ଆମପାଣି ଦଳ ପଡିଆକୁ ଓହ୍ଲାଇ ଥିବାବେଳେ ୮.୪ ଓଭରରେ ୬ ଉଇକେଟ ବିନିମୟରେ ମ୍ୟାଚ୍ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଆମ୍ପିଆର ଭାବରେ ମୋହନ ଦୁର୍ଗା ଓ ପୁରୁଷୋତ୍ତମ ଦାସ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ଦାୟିତ୍ବରେ ବିକି ଦାସ ଦ୍ବାୟୀତ ନିର୍ବାହ କରିଥିବାବେଳେ ଖେଳର ଧାରାବିବରଣୀ ମୁନ୍ନା ଧଙ୍ଗଡାମାଝୀ ପ୍ରଦାନ କରିଥିଲେ। ସେମିଫାଇନାଲ ଖେଳରେ ଆମପାଣି ସରପଞ୍ଚ ଋକ୍ମିଣୀ ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବଡ଼ପୋଡ଼ାଗୁଡ଼ା ସମିତି ସଭ୍ୟ ଉମା ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ବିନୋଦ କୁମାର ସିଂ, କୁମୁଦ ସେଠୀ, ପୂର୍ବତନ ନାଏବ ସରପଞ୍ଚ ଧନୁ ଦୁର୍ଗା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ୍ ରେ ଆମପାଣିର ରାଘବ ସୁନା ମେନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ତେବେ ଆସନ୍ତା ୨୬ ତାରିଖ ଦିନ ହେବାକୁ ଥିବା ଫାଇନାଲ ଖେଳରେ ଚିଲଡଙ୍ଗରୀ ସହିତ ଆମପାଣି ଦଳର ମହା ମୁକାବିଲା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.