ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ଅଧ୍ୟକ୍ଷତା ଓ ଛାତ୍ରୀ ଲତିକା କଲେତ, ଦର୍ଶିକା ଗଏଁତା, ଅମ୍ରିତା ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମାଜସେବୀ ମୋହନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଅଦିତି ରାଜପଲିଆ, ପୁନିତ ସୁନାନୀ, ସରୋଜ ବୁଡ଼େକ, ଅର୍ମାନ ବାଗ, ଦୁର୍ବାଦଳ ସାହୁ, ଶୁଭମ ବାରିକ, ସ୍ନେହାରାଣୀ ବେହେରା, ସୌମ୍ୟାରାଣୀ ମେହେର, ଆରୋହୀ ରାଜପଲିଆ, ଶୁଭଶ୍ରୀ ତାଣ୍ଡି, ଅମ୍ରିତ ମାହାର, ହିମାଂଶୁ ପୁଟେଲ, ଅନିଶା ସୁନାନୀ, ଦିବ୍ୟାରାଣୀ ହିଆଲ, ଲକି ପ୍ରଧାନୀ, ପ୍ରିତମ କଇଣ୍ଡା ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ମୋହିତ ତାଣ୍ଡି, ଆଲିଶା ମେହେର, ଅମରେନ୍ଦ୍ର ବାରିକ, ସିଦ୍ଧି ପଧାନ, ଖନୁଷ୍କା ପଧାନ ଦେଶଭକ୍ତି ଗୀତ ଗାନ କରିଥିଲେ | ଛାତ୍ରୀ ଚୁମକୀ ଦୀପ ଅତିଥି ପରିଚୟ ଓ ଛାତ୍ର ଦୀପକ କଲେତ ଧନ୍ୟବାଦ ଦେଇଥିଲେ |