ବିଜେଡି ର ହସ୍ତକ୍ଷେପ ପରେ ବ୍ୟାଙ୍କ ଗ୍ରହଣ କଲା ଫସଳ ବୀମା ଯୋଜନାର କାଗଜ ପତ୍ର

ନୂଆପଡା,୨୪/୭ : ସଦର ସ୍ଥିତ ୟୁନାଇଟେଡ ବ୍ୟାଙ୍କରେ ଆଜି କୃଷକ ମାନେ ଫସଳ ବୀମା ଯୋଜନାର ଆବେଦନ କରାଇବା ପାଇଁ ଉପସ୍ଥିତ ଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ କୃଷକଙ୍କର ଆବେଦନ କାଗଜ ପତ୍ର ଗ୍ରହଣ କରୁନଥିବା ଫୋନ ମାଧ୍ୟମରେ କୃଷକ ମାନେ ନୂଆପଡା ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଙ୍କୁ ଅଭିଯୋଗ କରିଥିଲେ । ବିଧାୟକ ବିଧାନସଭା ଅଧିବେଶନ ରେ ଥିବା ସତ୍ୱେ କୃଷକଙ୍କ ସମସ୍ୟା ର ସମାଧାନ ନିମନ୍ତେ ଯୁବ ନେତା ହରିଶ ଚନ୍ଦ୍ର ପଣ୍ଡା (ଟିଟୁ ପଣ୍ଡା )ଙ୍କୁ ଫୋନ ରେ ଜଣାଇ ଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଧାୟକ ମହୋଦୟଙ୍କ ଫୋନ ପରେ ଶ୍ରୀ ପଣ୍ଡା ବ୍ୟାଙ୍କ କର୍ତ୍ତୃ ପକ୍ଷ ଙ୍କ ସହ ୧ ଘଣ୍ଟା ଧରି ଚର୍ଚ୍ଚା ଆଲୋଚନା କଲା ପରେ ବ୍ୟାଙ୍କ କର୍ତ୍ତୃ ପକ୍ଷ କୃଷକଙ୍କ ଫସଲ ବୀମା ଯୋଜନାର ଆବେଦନ ପତ୍ର ଗ୍ରହଣ କରିନ ଥିବାରୁ ଯୁବନେତା ଶ୍ରୀ ପଣ୍ଡା ବ୍ୟାଙ୍କ ଘେରାଉ କରିବା ସହ ଯୁକ୍ତି ତର୍କ କଲେ । ଫଳରେ ବ୍ୟାଙ୍କ କତୃପକ୍ଷ ବାଧ୍ୟ ହୋଇ କୃଷକଙ୍କ ଫସଲ ବୀମା ଯୋଜନା ଆବେଦନ ପତ୍ର ଗୁଡିକୁ ଗ୍ରହଣ କରିଛନ୍ତି । କୃଷକଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇ ଥିବାରୁ କୃଷକ ମାନେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଢୋଲକିଆ ଏବଂ ଯୁବନେତା ଶ୍ରୀ ପଣ୍ଡା ଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.