ସୋନପୁର,୨୫/୭ : ଜିଲ୍ଲା ସ୍ତରିୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନିୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ମନିଷା ବାନର୍ଜୀ ସଭାପତିତ୍ୱ କରିଥିଭା ବେଳେ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରିୟ ସ୍ୱାଧିନତା ଦିବସ କିପରି ଶାନ୍ତି ଶୃଖଳାର ସହ ସ୍ଥାନିୟ ଷ୍ଟାଡିୟମ ପଡିଆ ଠାରେ ପାଳନ କରାଯିବ ସେ ଦିଗରେ ଆଲୋଚନା କାରଯାଇଥିଲା । ଜିଲ୍ଲାରେ ମୋଟ ୪୩ ଟି ଦଳ ପ୍ୟାରେଟରେ ଭାଗ ନେବା ସହ ଜିଲ୍ଲାର କୃତି ପ୍ରତିଯୋଗିଙ୍କୁ ପୁରୋସ୍କୃତ କରାଯିବ । ଏହି ଦିନ ସକାଳୁ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ପୂର୍ବାହ୍ନ ୮ଟ୧୫ରେ ସ୍ଥାନିୟ ଷ୍ଟାଡିୟମ ପଡିଆ ଠାରେ ପତାକ ଉତଳନ କରାଯିବ । ଏହାସହ ସଂନ୍ଦ୍ୟାରେ ଶିଶୁ ମାନଙ୍କୁ ନେଇ ବିଭିନ୍ନ ସାଂସୃତିକ କାଯ୍ୟକ୍ରମ ପାଇଁ ନିସ୍ପତି ନିଆଯାଇଥିଲା । ପରେ ଜିଲ୍ଲାର ବିଭାଗ ମାନଙ୍କୁ ନିଜ କାର୍ଯ୍ୟ ଗୁଡିକୁ ସୁଚାରୁ ରୁପେ ତୁଳାଇବା ପାଇଁ ଜିଲ୍ଲାପାଲ କହିଥିଲେ । ଏହି ବୈଠକରେ ଉପ ଜିଲ୍ଲାପାଲ ବଲରାମ ମଲ୍ଲିକ, ଏଡିଏମ ଶରତ ଚନ୍ଦ୍ର ପଣ୍ଡା, ଏସପି ଦେବିପ୍ରସାଦ ଦାସ, ଜିଲ୍ଲାପରିଷଦ ଅଧକ୍ଷା ଉଷା କୁମାରୀ, ଡିଅଇପିଆରଓ ହରିଚରଣ ମିଶ୍ର, ଡିସିପିଓ ଚତୁଭୂଜ ଦାସଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ ଜିଲ୍ଲାର ବହୁ ମନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।