ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସହରର ବିଭିନ୍ନ ସ୍ଥାନରୁ ଭିକ ମାଗୁଥିବା ୫ ଜଣ ଶିଶୁଙ୍କୁ ସୁବର୍ଣ୍ଣପୁର ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ପ୍ରକଳ୍ପ ସଂଜୋଜକ ଶ୍ରୀ ସୁଜିତ କୁମାର ମିଶ୍ରଙ୍କ ନେତୃତ୍ୱରେ ଏବଂ ସୋନପୁର ପୋଲିସ ସହାୟତାରେ ଶିଶୁ ମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ରେ ଉପସ୍ଥାପନ କରିଥିଲେ। ସମିତି ଶିଶୁ ମାନଙ୍କ ପିତା ମାତାଙ୍କୁ ଡକାଇ ଉପଯୁକ୍ତ ପରାମର୍ଶ କ୍ରମେ ପିତା ମାତା ମାନେ ତାଙ୍କ କୋମଳ ମତି ଶିଶୁଙ୍କୁ ଭିକ୍ଷା ବୃତ୍ତିରୁ ନିବୃତ କରିବା ସହ ଉପଯୁକ୍ତ ଯତ୍ନ ନେବା ପାଇଁ ପ୍ରତିଶ୍ରୁତି ଦେବା ସହ କାଗଜାତରେ ଦସ୍ତଖତ କଲାପରେ ତାଙ୍କୁ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ସଭ୍ୟ ଶାନ୍ତନୁ କୁମାର କର୍ଣ୍ଣ ଓ ସଭ୍ୟ ହେମନ୍ତ କୁମାର ସା ଙ୍କ ସହିତ ଶିଶୁ ସୁରକ୍ଷା ୟୁନିଟ୍ ର ବିଜୟ କୁମାର ବିଶ୍ବାଳ, ପ୍ରଶାନ୍ତ କୁମାର ମହାକୁର, ଚାଇଲ୍ଡ ହେଲ୍ପ ଲାଇନ ର ସୁଧୀର କୁମାର ଦାସ, ରୋଜି ସା ପ୍ରମୁଖ ଙ୍କ ଉପସ୍ଥିତିରେ ଶିଶୁ ମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ପ୍ରକାଶ ଥାଉ କି ଉକ୍ତ ପରିବାର ବେପାର କରିବା ପାଇଁ ବିଭିନ୍ନ ଜିଲ୍ଲା ତଥା ବିଭିନ୍ନ ରାଜ୍ୟରୁ ଆସି କୋମଳ ମତି ଶିଶୁ ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ପରିବାରକୁ ଥଇଥାନର ବ୍ୟବସ୍ଥା ପାଇଁ ସର୍ବ ସାଧାରଣରେ ଦାବି କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ବିଭାଗ କୁ ବେଶ ପ୍ରଶଂସା କରୁଥିବା ଦେଖାଯାଇଛି।