ରାମପୁରରେ ବରିଷ୍ଠ ଦେୱାନୀ ଜଜ୍ କୋର୍ଟ ଉଦଘାଟିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ତୁଙ୍ଗୁରିପାଲି ବ୍ଲକ୍ ଅଧୀନସ୍ଥ ରାମପୁର ଠାରେ ଆଜି ବହୁ ପ୍ରତିକ୍ଷୀତ ବରିଷ୍ଠ ଦେୱାନି ଜଜ୍ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡିଶା ହାଇକୋର୍ଟର ବିଚାରପତି ଆନନ୍ଦଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋର୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ରାମପୁର ଜେଏମଏଫସି ସମୀକ୍ଷା ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଭବ୍ୟ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟର ବିଚାରପତି ଆନନ୍ଦଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଓ ଦୌରାଜଜ୍ ରଶ୍ମି ମୋହନ ଆଚାର୍ଯ୍ୟ, ରାମପୁର ବାର ଆସୋସିଏସନ୍ ସଭାପତି ପ୍ରଫୁଲ୍ଲ ମେହେର ଏବଂ ସମ୍ପାଦକ ପ୍ରକାଶ କୁମାର ପାଢୀ ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ । ଜନସାଧାରଣଙ୍କୁ ତ୍ବରିତ ନ୍ୟାୟ ମିଳିବା ଉଦ୍ଧେଶ୍ୟରେ ଏହି କୋର୍ଟର ସ୍ଥାପନ କରାଯାଇଥିବା ମୁଖ୍ୟ ଅତିଥୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଶେଷରେ ରାମପୁର ବାର ଆସୋସିଏସନ୍ ସମ୍ପାଦକ ପ୍ରକାଶ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆଜି ରାମପୁର ବରିଷ୍ଠ ଦେୱାନୀ ଜଜ୍ ଭାବେ ମମିତା ସାହୁ ଯୋଗ ଦେଇଥିଲେ ଏବଂ ବରିଷ୍ଠ ଆଇନଜୀବୀ ସର୍ବେଶ୍ବର ପୁରୋହିତ ପ୍ରଥମ ମାମଲା ପରିଚାଳନା କରିଥିଲେ। ଏହି ଉତ୍ସବରେ ଜିଲ୍ଲାପାଳ ଅନ୍ୟା ଦାଶ, ଏସପି ରାମପ୍ରସାଦ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ବିଧାନଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଦାଶଦିପ୍ତ ମହାପାତ୍ର ପ୍ରମୁଖଙ୍କ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.