ଓଡ଼ିଆ ବାର୍ତ୍ତା/ କଟକ (ଜଗନ୍ନାଥ ଆଚାର୍ଯ୍ୟ): କଟକ ସ୍ଥିତ ଷ୍ଟୁଆର୍ଟ ପାଟଣା ବସ୍ତିରେ ଦିବ୍ୟ ଶକ୍ତି ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ସମ୍ପାଦିକା ମିନତୀ ଶତପଥୀଙ୍କ ଉଦ୍ୟମରେ ରଥଯାତ୍ରା ଉପଲକ୍ଷେ ଏକ ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶିଶୁ ଓ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ପାରମ୍ପରିକ କଳାର ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଟ୍ରଷ୍ଟର ସଦସ୍ୟ ସୁଧାଂଶୁ ମିଶ୍ର, ଜୟସନ ଦାସ, ସୋନାଲୀ ସାହୁ, ମୋନାଲୀ ସାହୁ, ରାଜେଶ ସାମଲ, ମଞ୍ଜୁଲତା ଜେନା, ରଞ୍ଜନ ପ୍ରଧାନ, ମମତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ କଳାକାର ମାନଙ୍କୁ ଟ୍ରଷ୍ଟ ପକ୍ଷରୁ ଟ୍ରଫି ପ୍ରଦାନ କରାଯାଇଥିଲା।





