ଗ୍ରାମ ପଞ୍ଚାୟତ ଗୁଡିକର ସର୍ବାଙ୍ଗୀନ ବିକାଶ ଯୋଜନା ଉପରେ ତାଲିମ ଶିବିର ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସମ୍ମେଳନ କକ୍ଷରେ ଗ୍ରାମ ପଞ୍ଚାୟତ ଗୁଡିକର ସର୍ବାଙ୍ଗୀନ ବିକାଶ ଯୋଜନା ଗୁଡିକ ଉପରେ ସୋମବାରରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଶନିବାର ଯାଏଁ ଏହା ଚାଲିଥିଲା। ଶନିବାର ଏହି ଶିବିରର ଉଦ୍‌ଯାପନୀ ହୋଇଯାଇଛି। ପଞ୍ଚାୟତିରାଜ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ତାଲିମ ଶିବିର ରେ ନର୍ଲା ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ଆଶା, ଅଙ୍ଗନୱାଡି କର୍ମୀ, ସିଆରପି, ଜିଆରଏସ, ଏଡିଇଓ, ଏଏନଏମ, ୱାର୍ଡ ମେମ୍ବର ସମସ୍ତେ ସାମିଲ ହୋଇ ତାଲିମ ଗ୍ରହଣ କରିଥିଲେ। ନର୍ଲା ସିପି ସୁଧାଂଶୁ ପାଣିଗ୍ରାହୀ ଓ ଏସଆଇଆରଡି ର ଜିତେନ୍ଦ୍ର ସା ରିସୋର୍ସ ପର୍ସନ ଭାବରେ ଯୋଗଦାନ କରି ୨୪ ଗୋଟି ଗ୍ରାମ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧି ଓ କର୍ମଚାରୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରିଥିଲେ। ଗ୍ରାମ ପଞ୍ଚାୟତ ଗୁଡିକର ଦୀର୍ଘସ୍ଥାୟୀ ବିକାଶ ଯୋଜନାରେ ୧୭ ଗୋଟି ଲକ୍ଷ୍ୟକୁ ପୁରଣ କରିବା ପାଇଁ ୯ ଗୋଟି ବିଷୟକୁ ଗୁରୁତ୍ୱ ଦେଇ ଆଲୋଚନା କରାଯାଇଥିଲା। ଏବଂ ଏହା ମାଧ୍ୟମରେ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଥିଲା। ଗ୍ରାମ ପଞ୍ଚାୟତ ଗୁଡିକର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ଉତ୍ତମ ତାଲିମ କାର୍ଯ୍ୟକ୍ରମ। ଫଳରେ ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ନିର୍ବାଚିତ ପ୍ରତିନିଧି ଓ ବିଭିନ୍ନ ବିଭାଗର କର୍ମଚାରୀ ମାନେ ନିଜ ନିଜ କର୍ତ୍ତବ୍ୟ ବିଷୟରେ ଜାଣିବା ସହିତ ସଚେତନ ହୋଇ ସରଳତାର ସହ କାର୍ଯ୍ୟ କରିବେ। ଗ୍ରାମ ପଞ୍ଚାୟତ ଗୁଡିକର ସର୍ବାଙ୍ଗୀନ ବିକାଶ ହେବ। ଜନସାଧାରଣ ଉପକୃତ ହେବେ। ଏଣୁ ନର୍ଲା ବ୍ଲକ ପ୍ରଶାସନକୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ଓ ସମିତି ସଭ୍ୟ ସଂଘ ସଭାପତି ଜୟ ମେହେର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.