କେସିଙ୍ଗାରେ ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ ଉଦଘାଟିତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବ୍ୟାପି ପୁନଃ ବିକଶିତ ୭୫ ରେଳ ଷ୍ଟେସନ କୁ ପଞ୍ଜାବ ର ଜଳନ୍ଧର କେଣ୍ଟ ରେଳ ଷ୍ଟେସନ ରୁ ଅଭାଶି ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡିଶା ର ମଧ୍ୟ ୭ ରେଳ ଅମୃତ ଷ୍ଟେସନ କୁ ପ୍ରଧାନମନ୍ତ୍ରୀ ରାଜ୍ୟବାସି ଙ୍କୁ ଉସର୍ଗ କରିଛନ୍ତି। ଏନେଇ କେସିଙ୍ଗା ରେଳ ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ପଦ୍ମଶ୍ରୀ ପଟ୍ଟାୟତ ସାହୁ ଓ ସମ୍ବଲପୁର ଏଡିଆରଏମ ମଞ୍ଜିତ କୁମାର ସନୱାଲ ଯୋଗ ଦେଇଥିଲେ। କଳାହାଣ୍ଡି ଓ ନବରଙ୍ଗପୁର ପାଇଁ କେସିଙ୍ଗା ରେଳ ଷ୍ଟେସନ ଏକ ଗୁରୁତ୍ୱ ପୂର୍ଣ୍ଣ ରେଳ ଷ୍ଟେସନ ଭାବେ ବ୍ୟବହୃତ ହୋଇଆସୁଅଛି। ତେବେ କେସିଙ୍ଗା ରେଳ ଷ୍ଟେସନ ରେ ଯାତ୍ରୀଙ୍କ ପାଇଁ ଅନେକ ଅସୁବିଧା ହୋଇଆସୁଥିଲା ଯାହା କୁ ଦୃଷ୍ଟି ରେ ରଖି ଓ ସମ୍ବଲପୁର ଡିଭିଜନ ର କେସିଙ୍ଗା ଏକ ମହତ୍ତ୍ୱପୂର୍ଣ୍ଣ ବହୁ ପୁରାତନ ରେଳ ଷ୍ଟେସନ ହୋଇଥିବା ଅନୁଧ୍ୟାନ କରି ଏହି ଷ୍ଟେସନ କୁ ଅମୃତ ଷ୍ଟେସନ ଯୋଜନା ରେ ସାମିଲ କରାଯାଇ ୨୨ କୋଟି ବ୍ୟୟ ରେ ନିର୍ମିତ ହୋଇଛି ପୁନଃ ବିକଶିତ ଆଧୁନିକ କେସିଙ୍ଗା ଅମୃତ ଷ୍ଟେସନ। ବର୍ତମାନ ଯାତ୍ରୀ ମାନଙ୍କୁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଲିଫ୍ଟ ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିବ ତତ ସହିତ ଯାତ୍ରୀମାନଙ୍କ ସୁରକ୍ଷା କୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ତେବେ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ଓ କିଛି ବରିଷ୍ଠ ବିଜେପି ନେତା ଙ୍କୁ ବସିବା ବ୍ୟବସ୍ଥା ନଥିବାରୁ କିଛି ସମୟ ପାଇଁ ସେଠାରେ ଅସନ୍ତୋଷ ଦେଖାଦେବା ସହ ଉଦଘାଟନ ୧୦ ଦିନ ପୂର୍ବରୁ ବର୍ଷ ର ପ୍ରଥମ ବର୍ଷା ରେ ଛାତ ରୁ ପାଣି ଗଳିବା ଘଟଣା ଓ ନିମ୍ନ ମାନର କାମକୁ ନେଇ ଗଣମାଧ୍ୟମ ପ୍ରତିନିଧି ଓ ରେଳ ବିଭାଗ ଯନ୍ତ୍ରୀ ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ଏଡିଆରଏମ ଶ୍ରୀ ସନୱାଲ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ସିଟିଜେନ ଫୋରମ ସଭାପତି ଡାକ୍ତର ହେମସାଗର ସାହା, ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ଼, ଭବେନ୍ଦ୍ର ପଣ୍ଡା, କେସିଙ୍ଗା ବିଜେପି ଟାଉନ ସଭାପତି ପିଙ୍କୁ ପରିଡା, ସଚେତନ ନାଗରିକ ମଞ୍ଚ ସଭାପତି ଗୋବିନ୍ଦ ବନଛୋର, ନମିତା ରାଣୀ ସାହୁ, ଆଇନଜୀବୀ ସନ୍ତୋଷ ଦାସ, ସରିତା ସିନ୍ଦୁର ଯୁଗଲ କିଶୋର ଦୀପ, ବିରଦି ଜୈନ, ଅରୁଣ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ପ୍ରଶାନ୍ତ ବାନାର୍ଜୀ ପ୍ରମୁଖ ଙ୍କ ସହ ବହୁ ସଂଖ୍ୟା ରେ ବିଜେପି ଓ ସାଧାରଣ ଜନତା ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ କୁ ଧର୍ମେନ୍ଦ୍ର ପ୍ରସାଦ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ରେଳ ବିଭାଗ ଦ୍ୱାରା କେସିଙ୍ଗା ଦ୍ରୋଣାଚାର୍ଯ୍ୟ ସ୍କୁଲ ଓ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲ ରେ ପ୍ରବନ୍ଧ ଓ ସେଲ୍ଫି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ପ୍ରତିଯୋଗୀ ଓ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା! କେସିଙ୍ଗା ଷ୍ଟେସନ ପରିସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ଙ୍କ ନେତୃତ୍ୱ ରେ କେସିଙ୍ଗା ପୁଲିସ ଓ ଆରପିଏଫ ତରଫରୁ କଡାକଡି ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.