ହାତୀ ଆକ୍ରମଣରେ ମହିଳା ଗୁରୁତର

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତର ତୋଟା ଗ୍ରାମର ଲଖୁଣୁ ସିକକାଙ୍କ ସ୍ତ୍ରୀ କଚାଡ଼ି ସିକକା ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ନିୟମଗିରି ପାହାଡ଼ ଅନ୍ତର୍ଗତ ଲାଖ ପଦର, ଡ଼ଙ୍ଗାମାଠି, ଗୁମା, ପଟାଙ୍ଗ ପଦର, ବୁଡୁଣୀ, ଚାଟିକଣା ଭଳି ଅନେକ ଗ୍ରାମରେ ହାତୀଙ୍କ ଦମନ ଲୀଳା ଯୋଗୁ ଅଞ୍ଚଳବାସୀ ପଦାକୁ ବାହାରି ନପାରି ନିଜ ଜୀବନ ଜୀବିକା ହରାଇ ବସିଛନ୍ତି ବୋଲି ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି । ବୁଧବାର ସନ୍ଧ୍ୟାରେ କଚାଡି ନିଜ ଝିଅ ଘର ପାରାମାଲି ଠାରୁ ନିଜ ଘରକୁ ଫେରିବା ବେଳେ ଗ୍ରାମ ନିକଟ ଜଙ୍ଗଲ ପାଖେ ହାତୀପୋଲ ମହିଳାଙ୍କୁ ଆକ୍ରମଣ କରିଥିଲେ ପରେ ଗ୍ରାମବାସୀ ଦେଖି ମହିଳାକୁ ଗ୍ରାମ ନିକଟକୁ ଆଣି ରଖିଥିଲେ ଏହା ପରେ ମହିଳାଙ୍କୁ ଡାକ୍ତର ଖାନା ଆଣିବା ପାଇଁ ଗ୍ରାମବାସୀ ଓ ବନ ବିଭାଗ ଚେଷ୍ଟା କରିଥିଲେ ବି ନିକଟସ୍ତ ଜଙ୍ଗଲରେ ହାତୀପୋଲ ରହିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ପାରୁନଥିଲେ | ତେବେ ଗୁରୁବାର ସକାଳୁ ନିଜ ଲୋକଙ୍କ ଦ୍ୱାରା ଆମ୍ବୁଲାନ୍ସକୁ ଯୋଗାଯୋଗ କରି କଲ୍ୟାଣ ସିଂହପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉ କି ଗତ ତିନି ମାସରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ନିୟମଗିରି ପାହାଡ଼ ଉପରେ ତିନିଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାରୁ ଲୋକଙ୍କ ଜୀବନ ଜୀବିକା ଠପ ହୋଇ ପଡିଥିବାରୁ ଡଙ୍ଗରିଆ ମାନେ ବହୁ ଅସୁବିଧା ସମୁଖୀନ ହେବାନେଇ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.