ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ହୋଟେଲ୍ ରୂପ ରେସିଡେନ୍ସୀ ଠାରେ ବିଶ୍ବ ପଖାଳ ଦିବସ ୨୦୨୫ ପାଳିତ ହୋଇଯାଇଛି। ସମଗ୍ର ବିଶ୍ବରେ ଏହି ଦିବସ ପାଳନ କରାଯାଉଥିବା ବେଳେ ରସଗୋଲାର ଜିଆଇ ଟ୍ୟାଗ ପାଇଁ ଶ୍ରୀ ଜଗନ୍ନାଥ ଯେପରି ସାକ୍ଷୀ ଦେଇଥିଲେ ଓ ଯେପରି ନିଳାଦ୍ରୀ ବିଜେ ସମୟରେ ସେ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତୋଷ କରିଥାନ୍ତି। ଠିକ୍ ସେହିପରି ପଖାଳର ଇତିହାସ ମଧ୍ୟ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଅଟେ। କେବଳ ଓଡ଼ିଶା ନୁହେଁ ବିଶ୍ବ ର ସବୁଠି ଏ ପଖାଳର ରୁଚି ଓ ଚାହିଦା ରହିଛି। ଆଜି ଏହି ଦିବସରେ ହୋଟେଲ୍ ରୂପ ରେସିଡେନ୍ସି ଠାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏଡିଏମ ଅଞ୍ଜଳିନା ପଧାନ ଓ ସିଡିଏମପିଏଚ୍ଓ ଡ଼ା ପ୍ରଦୀପ କୁମାର ଗୁରୁ ଯୋଗ ଦେଇ ଦହି ପଖାଳ ଓ ଅନେକ ଭେରାଇଟିର ଭେଜ ଓ ନନ୍ ଭେଜ୍ ସୁସ୍ୱାଦୁ ପଖାଳ କଂସା ଖାଦ୍ୟ ର ପ୍ରଶଂସା କରିଥିଲେ। ରୂପ ରେସିଡେନ୍ସିର ପ୍ରୋପାଇଟର ଶ୍ରୀ ଜୟକୃଷ୍ଣ ସା ଓ ସାମ୍ବାଦିକ ବିବେକା ନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସହରର ଅନେକ ବ୍ୟବସାୟୀ ବୁଦ୍ଧିଜୀବୀ ଆଇନଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।