ବିଶିଷ୍ଟ ରାଜନୀତିଜ୍ଞ ଦୁର୍ଗା ଶଙ୍କର କରଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ବିଇଡି କଲେଜ, କଳାହାଣ୍ଡି ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ଓ ଗାନ୍ଧିଛକ ଦୁର୍ଗା ମନ୍ଦିର ପ୍ରତିଷ୍ଠାର ପ୍ରମୁଖ ଉଦ୍ୟୋକ୍ତା ତଥା ବିଶିଷ୍ଟ ରାଜନେତା ଦୁର୍ଗା ଶଙ୍କର କରଙ୍କ ଦେହାନ୍ତ ହୋଇଯାଇଛି। ଶୁକ୍ରବାର ସକାଳ ୬ ଟା ୧୦ ମିନିଟରେ ତାଙ୍କ ଭବାନୀପାଟଣା ମନ୍ଦାର ବଗିଚା ପଡ଼ା ସ୍ଥିତ ବାସ ଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ, ଦୁଇ ପୁତ୍ରବଧୂ, ଦୁଇ ଝିଅ ଜ୍ୟୋଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶାନ୍ତନୁ କୁମାର ବେହେରା, ବ୍ରାହ୍ମଣ ସମାଜ କଳାହାଣ୍ଡି ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, କଳାହାଣ୍ଡି ଓକିଲ ସଂଘ ସଭାପତି ସୁଧାଂଶୁ ନନ୍ଦ, ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର,ବରିଷ୍ଠ ଓକିଲ ପ୍ରଦୀପ ପଟ୍ଟନାୟକ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ଶେଷ ଦର୍ଶନ କରିଥିଲେ। ତାରିଣୀ ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ କରଙ୍କ ପରଲୋକରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ, କଳାହାଣ୍ଡି ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନିଲ ମୁଣ୍ଡ, ପଣ୍ଡିତ ମଙ୍ଗଳୁ ମିଶ୍ର, ନର୍ଲା ବ୍ରାହ୍ମଣ ସମାଜ ସଭାପତି ବଦ୍ରୀ ପ୍ରସାଦ ମିଶ୍ର, ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ, ସର୍ଗିଗୁଡା ବ୍ରାହ୍ମଣ ସମାଜ ସଭାପତି କୁମୁଦ ଚନ୍ଦ୍ର ପଣ୍ଡା, ସମ୍ପାଦକ ଲିଙ୍ଗରାଜ ମିଶ୍ର, ପର୍ଶୁରାମ ବାହିନୀ ନର୍ଲା ସଂଯୋଜକ ସନ୍ଦୀପ (ମଣ୍ଟୁ) ସାମନ୍ତରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.