ଡ୍ରାଇଭର ମହାସଙ୍ଘର ସଡ଼କ ସୁରକ୍ଷା ସଚେତନତା ସଭା ଓ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଗାଁରେ ଟିକ୍ରାପଡ଼ା ଜୋନ ଡ୍ରାଇଭର ମହାସଂଘ ତରଫରୁ ସଡ଼କ ସୁରକ୍ଷା ସଚେତନତା ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଝିଙ୍କିଡୁଙ୍ଗୁରି, ଟିକ୍ରାପଡ଼ା ଓ ଜୁରାବନ୍ଧ ପଞ୍ଚାୟତ ଅଞ୍ଚଳର ଡ୍ରାଇଭରମାନେ ହାତରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ପ୍ଲାକାର୍ଡ ଧରି ଓ ନାରା ଦେଇ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ | ସଭା ପରେ ବିକାଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଟିକ୍ରାପଡ଼ା ସରପଞ୍ଚ ନରେନ୍ଦ୍ର କଲେତ ମୁଖ୍ୟ ଅତିଥି, ଡ୍ରାଇଭର ମହାସଂଘ ଜିଲ୍ଲା ସଭାପତି ଇସାକ ସାଗର, ଜିଲ୍ଲା ଉପସଭାପତି ବିକି ମହାରଣା, ଜିଲ୍ଲା ସମ୍ପାଦକ ଅର୍ଜୁନ ତାଣ୍ଡି, ଜିଲ୍ଲା କୋଷାଧକ୍ଷ ଅମିତ ଦଣ୍ଡସେନା, ବ୍ଲକ ସଭାପତି ଧନେଶ୍ୱର ପୋଢ଼, ବ୍ଲକ ଉପସଭାପତି ସନ୍ତୋଷ ବଗର୍ତ୍ତୀ, ବ୍ଲକ ଉପଦେଷ୍ଟା ମଛିନ ନାଏକ, କଣ୍ଟାବାଞ୍ଜି କୋଷାଧକ୍ଷ ଆର୍ତ୍ତ ବାବୁ, ଦେଓଗାଁ ସଭାପତି ଦୁର୍ଯ୍ୟୋଧନ ଚନ୍ଦନ, ମୁରିବାହାଲ ବ୍ଲକ ସମ୍ପାଦକ ସୁନୀଲ ବାଗ, ବେଲଗାଁ ଜୋନ ସମ୍ପାଦକ ଲବ ବାଗ, କୁମ୍ଭାରୀ ଜୋନ ସଭାପତି ରାଧେଶ୍ୟାମ ବଗର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ନିୟମ ଓ ସତର୍କତା, ନିଶା ବର୍ଜନ ଆଦି ବିଷୟରେ ବୁଝାଇଥିଲେ | ଶେଷରେ ସୁରେଶ ନାଗ ଅତିଥି ପରିଚୟ ଓ ବଳରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ସଡ଼କ ସୁରକ୍ଷା ନେଇ ଡ୍ରାଇଭର ସଙ୍ଘର ସଚେତନତା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.