ପିସ୍ତଲ ଦେଖାଇ ଚାଷୀଙ୍କ ଘରୁ ୬୯ ହଜାର ଟଙ୍କା ଲୁଟି ନେଲେ ୪ ମୁଖା ପିନ୍ଧା ଦୁର୍ବୁତ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): କଳାହାଣ୍ଡି ଜିଲ୍ଲା କଲମପୁର ପୁଲିସ ଥାନା ଅଧିନସ୍ଥ ପଣ୍ଡିଗାଁ ଠାରେ ଘଟିଛି ଏକ ଡକାୟତି ଘଟଣା। ଜନୈକ ଚାଷୀଙ୍କ ଘରୁ ୬୯ ହଜାର ଟଙ୍କା ପିସ୍ତଲ ଦେଖାଇ ମୁଖା ପିନ୍ଧା ଦୁର୍ବୁତ୍ତ ଲୁଟି ନେଇଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ବରୁଣ ମାଝୀ ନାମକ ଜନୈକ ଚାଷୀ ପ୍ରବଳ ଗରମ ହେତୁ ପରିବାର ସହ ଘର ବାହାରେ ଶୋଇଥିଲେ। ବରୁଣ ରାତିରେ ଉଠି ବାହାରକୁ ବାହାରିଥିବା ବେଳେ ୪ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବରୁଣ ମୁଣ୍ଡ ଉପରେ ପିସ୍ତଲ ରଖି ଧମକ ଦେଇ ଭୟଭୀତ କରିଥିଲେ। ବରୁଣ ଆତଙ୍କିତ ହେଇ ଘର ଭିତରରେ ଏକ ଆଟାଚିରେ ରଖିଥିବା ୬୯ ହଜାର ଟଙ୍କା କାଢି ଦୁର୍ବୁତ୍ତ ମାନଙ୍କୁ ଦେଇଥିଲେ। ଏହାପରେ ଦୁର୍ବୁତ୍ତମାନେ ପୁଣି ବରୁଣଙ୍କ ମୁଣ୍ଡ ଉପରେ ପିସ୍ତଲ ରଖି ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରାସ୍ତାକୁ ନେଇଥିଲେ। ସେଠାରେ ଥିବା ଦୁଇ ଗୋଟି ବାଇକରେ ବସି ଦୁର୍ବୁତ୍ତମାନେ ଫେରାର ମାରିଥିଲେ। ଏନେଇ ଆଜି ଥାନାରେ ଅଭିଯୋଗ ହେବାପରେ କଲମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.