ହିନ୍ଦୁ ନବବର୍ଷ ପାଇଁ ଆୟୋଜିତ ହେବ ବିଶାଳ କଳସ ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୈାଡ): ପୂର୍ବ ବର୍ଷମାନଙ୍କ ଭଳି ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ପବିତ୍ର ହିନ୍ଦୁ ନବବର୍ଷ ବା ରାଷ୍ଟ୍ରୀୟ ନବବର୍ଷ ଆସନ୍ତା ମାର୍ଚ୍ଚ ମାସ ର ୩୦ ତାରିଖରେ ମହା ଆଡ଼ମ୍ବରରେ ପାଳନ କରାଯିବ। ଏ ଉପଲକ୍ଷ୍ୟେ ଆୟୋଜକ ହିନ୍ଦୁ ନବବର୍ଷ ପାଳନ ସମିତି, ବଲାଙ୍ଗୀର ପକ୍ଷରୁ କୁହାଯାଇଛି ଯେ ୨୯ ତାରିଖ ରେ ସନ୍ଧ୍ୟା ୫ ଟା ବେଳକୁ ଏକ ବିଶାଳ କଳସ ଶୋଭାଯାତ୍ରା ସ୍ଥାନୀୟ ଦୈନିକ ବଜାର ସ୍ଥିତ ଶ୍ରୀ ରାମଚରିତ ମାନସ ମନ୍ଦିରରୁ ବାହାରି ନଗର ପରିକ୍ରମା କରିବା ପରେ ଭାରତ ମାତାଙ୍କ ଚିତ୍ର ତଥା କଳସ ସହ ନିଜ ନିଜର ପଡ଼ାକୁ ପ୍ରତ୍ୟାବର୍ତ୍ତନ କରିବ । ୩୦ ତାରିଖ ସକାଳେ ମନ୍ଦିରରେଏହି କଳସ ସ୍ଥାପନ କରି ଭାରତ ମାତାଙ୍କ ପୂଜାର୍ଚ୍ଚନା କରିବା ସହ ନବବର୍ଷ ପାଳନ କରିବା ତଥା ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା । ଏହି ନବବର୍ଷ ରେ ସକାଳେ ନିଜ ଘର ଅଗଣାରେ ଚିତା ଝୋଟି ଦେଇ କଳସ ସ୍ଥାପନ କରି ଦୀପ ଜାଳି , ଗୈରିକ ପତାକା ଲଗାଇ ନିକଟସ୍ଥ ମନ୍ଦିରରେ ଭାରତ ମାତାଙ୍କ ପୂଜନ ବ୍ୟାପକ ଭାବେ କରିବା ସହ ସମସ୍ତେ ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ତଥା ଘରେ ସାତ୍ତ୍ୱିକ ସହଭୋଜ ଆୟୋଜନ କରିବା ପାଇଁ ସମିତି ସମସ୍ତଙ୍କୁ ଆଗ୍ରହ କରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.