ବଲାଙ୍ଗୀରରୁ ତୀର୍ଥ ଯାତ୍ରାରେ ବାହାରିଲେ ବରିଷ୍ଠ ନାଗରିକ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ଆଜି ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି | ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନ ଦେବା ସହ ସମସ୍ତ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲ । ଏହାପରେ ସେମାନେ ବସ ଯୋଗେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି | ଅତିରିକ୍ତ ଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠି, ଜିଲ୍ଲା ସୂଚନ ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ସବୁଜ ପତାକା ଦେଖେଇ ଏହି ଯାତ୍ରା ଆରମ୍ଭ କରେଇଥିଲେ । ଆସନ୍ତା କାଲି ସେମାନେ ସ୍ଵତନ୍ତ୍ର ଟ୍ରେନରେ ସମ୍ବଲପୁର ରୁ ଯାତ୍ରା ଆରମ୍ଭ କରିବେ । ଦ୍ଵିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୨୮ ତାରିଖ ରୁ ଅପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରୀ ମାନେ ତୀର୍ଥ ଭ୍ରମଣ କରିବେ । ଏହି ଯାତ୍ରୀ ମାନେ ଅଯୋଧ୍ୟା , ବାରଣାସୀ ଦର୍ଶନୀୟ ସ୍ଥାନ ବୁଲିବେ । ଉଭୟ ଅନଲାଇନ ଓ ଅଫଲାଇନରେ ବରିଷ୍ଠ ନାଗରିକ ମାନେ ନିଜକୁ ପଞ୍ଜୀକୃତ କରାଇଥିଲେ । ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଙ୍କ ନେତୃତ୍ଵରେ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ହୋଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୬୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକ ମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ବରିଷ୍ଠ ନାଗରିକ କୋଲକାତା ଏବଂ କାମାକ୍ଷା ମନ୍ଦିର ଯାତ୍ରା କରିଥିଲେ। ଜିଲ୍ଲା ରୁ ୧୪୧ ଜଣ ନାଗରିକ ତୀର୍ଥ ଭ୍ରମଣ ପାଇଁ ମନୋନୀତ ହୋଇଛନ୍ତି । ୨୦୧୬ ରୁ ଆରମ୍ଭ ହେଇଥିବା ଏହି ଯୋଜନା ରେ ରାଜ୍ୟରୁ କୋଡିଏ ହଜାରରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଉପକୃତ ହେଇଛନ୍ତି । ଯାତ୍ରାରେ ବାହାରିଥିବା ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଡାକ୍ତରୀ ଦଳ, ଏସ୍କର୍ଟ ଅଫିସର ମାନେ ନିଯୋଜିତ ହେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.