ଏଏସ୍‌ଓ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୩/୧୨: ଆସିଷ୍ଟାଣ୍ଟ ସେକ୍ସନ ଅଫିସର୍ (ଏଏସ୍‌ଓ) ଗ୍ରୁପ୍‌-ବି ଲିଖିତ ପରୀକ୍ଷା ତାରିଖ  ଘୁଞ୍ଚିଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଡିସେମ୍ବର ୨୩ରେ ପରୀକ୍ଷା ନ କରି ୨୦୧୯ ଜାନୁୟାରୀ ୨୦ରେ କରିବାକୁ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନ୍ (ଓପିଏସ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Omkar Vasthu
Omkar Vasthu

ଓପିଏସ୍‌ସି ତରଫରୁ ଗତ ସେପ୍ଟେମ୍ବରରେ ୫୦୦ଟି ଗ୍ରୁପ୍‌-ବି ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଗତ ଅକ୍ଟୋବର ୧୦ରେ ଶେଷ ହୋଇଥିଲା। ହେଲେ ନିର୍ଦ୍ଧାରିତ ପଦବୀଠାରୁ ମାତ୍ରାଧିକ ପ୍ରାର୍ଥୀ ଆବେଦନ କରିଥିବାରୁ ପରୀକ୍ଷା ନିୟନ୍ତ୍ରଣରେ ହେବାକୁ ଥିବା ସମସ୍ୟାକୁ ଉପଲବ୍ଧ କରି ଜାନୁୟାରୀ ୨୦କୁ ପରୀକ୍ଷା ଘୁଞ୍ଚାଯାଇଛି। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପୁନଃନିର୍ଦ୍ଧାରଣ କରିବା ଓ ପୁନଃବଣ୍ଟନ କରିବା ସହ ନିୟମାବଳୀ ଅନୁଯାୟୀ ପ୍ରାର୍ଥୀ ଚୟନ କରିବା ପାଇଁ ସମୟ ଲାଗିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.