ଇନ୍ଦ୍ରାବତୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜଳସେବା ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରୀଗୁଡା ଇନ୍ଦ୍ରାବତୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ମଙ୍ଗଳବାର ନୀଳକଣ୍ଠେଶ୍ୱର ସ୍କାଉଟ୍ସ ଗାଇଡ଼ ଗୃପ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା,ଭାରତ ସ୍କାଉଟସ୍ ଏବଂ ଗାଇଡ୍ସ କଳାହାଣ୍ଡି ପକ୍ଷରୁ ଜଳ ସେବା ଶିବିର ଆରମ୍ଭ ହୋଇଛି। ଆଜି ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ମାନଙ୍କୁ ଦହି ସରବତ ଓ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଥିଲା।ଏହି ଜଳସେବା ଶିବିରରେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ସ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା ଓ ସ୍କାଉଟ୍ସ ଛାତ୍ରମାନେ ସହଯୋଗ କରିଥିଲେ।ବିଦ୍ୟାଳୟର ଏଭଳି ପ୍ରୟାସକୁ ରାସ୍ତାରେ ଯାଉଥିବା ପଥଚାରୀ ଓ ସ୍ଥାନୀୟ ଅଞ୍ଚଳବାସୀ ଭୂରୀ ଭୂରୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.