ସଇଁତଲାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସକ୍ରିୟ ସଦସ୍ୟ କର୍ମଶାଳା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଳା କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟିର ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ବିରାଟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିଟିଲାଗଡ ଏନଏସି, ତୁଷୁରା ଏନଏସି ଏବଂ ସଇଁତଳା, ଗୁଡ଼ଭେଲା ଓ ଟିଟଲାଗଡ ବ୍ଲକର ସକ୍ରିୟ ସଦସ୍ୟା/ସଦସ୍ୟ ସଭାରେ ଯୋଗ ଦେଇଥିଲେ। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ଯୋଗଦେଇ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋକପାତ କରିବାସହ ଏସବୁ ଯୋଜନାର ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥି ତଥା କାର୍ଯ୍ୟାକ୍ରମର ଜିଲ୍ଲା ସଂଯୋଜକ ମହେନ୍ଦ୍ର ଠାକୁର, ବିଶିଷ୍ଠ କବି ଭିକାରୀ ଚରଣ ମିଶ୍ର, ବରିଷ୍ଠ ଆଇନଜୀବୀ ମନୋଜ ହାତୀ, ବରିଷ୍ଠ ବିଜେପି ନେତା ପ୍ରଶାନ୍ତ ଷଡ଼ଙ୍ଗୀ, ଅକ୍ଷୟ ରଣା ମଞ୍ଚାସିନ ରହି ଅଭିଭାଷଣ ରଖିଥିଲେ। ପରିଶେଷରେ ସଇଁତଳା ବ୍ଲକ ସାଂସଦ ପ୍ରତିନିଧି ଗଦାଧର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.