ଓଡ଼ିଶା ଆନ୍ତଃ ବିଶ୍ବବିଦ୍ୟାଳୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଫକୀରମୋହନ ବିଶ୍ୱବିଦ୍ୟାଳୟର ଭଲିବଲ୍ (ପୁରୁଷ) ଦଳ ହେଲେ ଚ୍ୟାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ (ପୁରୁଷ ଓ ମହିଳା) ଦଳଗତ ଓ ବ୍ୟକ୍ତିଗତ ଭାବେ ଅଂଶଗ୍ରହଣ କରିଥିଲେ। ଏଥିରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପୁରୁଷ ଭଲିବଲ୍ ଦଳ ଚ୍ୟାମ୍ପିଅନ୍ ହୋଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି।

ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟର ପୁରୁଷ ଭଲିବଲ ଦଳ କ୍ୱାର୍ଟର୍‌ ଫାଇନାଲ୍‌ରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏବଂ ସେମିଫାଇନାଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ହରାଇଥିଲେ। ଏଥିସହ ଫାଇନାଲ୍ ମ୍ୟାଚ୍‌ରେ ୩-୧ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚମ୍ପିୟାନ ଦଳ ଭାବେ ଘୋଷିତ ହୋଇଥିଲା। ଏହି ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାର ଅନ୍ୟାନ୍ଯ ଖେଳ ଓ କ୍ରୀଡ଼ାରେ ମଧ୍ଯ ଫକୀରମୋହନ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛନ୍ତି।

ଚେସ୍ (ମହିଳା) ରେ ପ୍ରଥମ ସ୍ଥାନ ଓ (ପୁରୁଷ ) ରେ ଦ୍ବିତୀୟ ସ୍ଥାନ, ଫୁଟବଲ (ପୁରୁଷ ଓ ମହିଳା) ଉଭୟରେ ତୃତୀୟ ସ୍ଥାନ, କ୍ରିକେଟ (ପୁରୁଷ ) ତୃତୀୟ ସ୍ଥାନ ଓ (ମହିଳା) ଦ୍ବିତୀୟ ସ୍ଥାନ, ଭଲିବଲ ( ମହିଳା) ତୃତୀୟ ସ୍ଥାନ, କବାଡ଼ି ( ମହିଳା) ତୃତୀୟ ସ୍ଥାନ, ହକି (ପୁରୁଷ ଓ ମହିଳା) ଉଭୟରେ ତୃତୀୟ ସ୍ଥାନ , ବ୍ୟାଡ଼ମିଟନ (ମହିଳା) ତୃତୀୟ ସ୍ଥାନ, ଟେବୁଲଟେନିସ (ପୁରୁଷ ଓ ମହିଳା) ଉଭୟରେ ତୃତୀୟ ସ୍ଥାନ, କ୍ୟାରମ (ପୁରୁଷ ଓ ମହିଳା) ଉଭୟରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।

ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଏହି ଗୌରବମୟ ସଫଳତା ପାଇଁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଖେଳ ଓ କ୍ରୀଡ଼ା କ୍ଷେତ୍ରରେ ବିଶ୍ବବିଦ୍ୟାଳୟକୁ ଅନେକ ସଫଳତା ଅର୍ଜନ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି।

ଏଥିସହିତ କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା ଓ ପିଇଓ ସଂଗ୍ରାମ ବିଶୋଇଙ୍କ ସହଯୋଗ ଓ ନିରନ୍ତର ଉଦ୍ୟମକୁ କୁଳପତି ପ୍ରଫେସର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ପ୍ରଶଂସିତ କରିବାସହ ଶୁଭେଚ୍ଛା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.