ଜମ୍ମୁ କାଶ୍ମୀରରେ ସଂଜୟ ପୁରୋହିତଙ୍କ ଭୂଗୋଳ ବହି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:  ପୃଥିବୀ ଓ ପ୍ରକୃତିକୁ ଭଲ ପାଉଥିବା ମଣିଷ ଅନେକ ଅଛନ୍ତି। ପୃଥିବୀର ଗତି, ମାଟି, ପାଣି, ପବନ, ଜଙ୍ଗଲ, ପାହାଡ, ଝରଣା, ନଈ, ସାଗର, ମହାସାଗର, ଭୂମିକମ୍ପ, ଲାଭା ଉଦ୍ଗିରଣ, ଜନସଂଖ୍ୟା, ଜନଜୀବନ ପ୍ରଭୃତି ବିଷୟରେ କ୍ଷେତ୍ର ପରିଦର୍ଶନ କରି ତଥ୍ୟ ପ୍ରଦାନ କରିବା ସହଜ ସାଧ୍ୟ ନୁହେଁ। ସେମିତି ପ୍ରକୃତିକୁ ଆପଣାର କରିଥିବା ବ୍ୟକ୍ତିତ୍ଵ ହେଉଛନ୍ତି ବରିଷ୍ଠ ଅଧ୍ୟାପକ ସଂଜୟ କୁମାର ପୁରୋହିତ। କଳାହାଣ୍ଡି ତଥା ଓଡ଼ିଶା ପାଇଁ ଗୈାରବର କଥା ଯେ ଅଧ୍ୟାପକ ପୁରୋହିତଙ୍କ ଦ୍ଵାଦଶ ଶ୍ରେଣୀର ଭୂଗୋଳ ବହି ଜମ୍ମୁକାଶ୍ମୀରେ କଲ୍ୟାଣୀ ପବ୍ଲିଶର ଦ୍ବାରା ପ୍ରକାଶିତ ହୋଇଯାଇଛି। ପୂର୍ବରୁ ଓଡ଼ିଶାରେ ଯୁକ୍ତଦୁଇ ପାଇଁ ଛ’ଖଣ୍ଡ ଭୂଗୋଳ ବହି ପ୍ରକାଶ ହେଇ ସାରିଛି। କଲ୍ୟାଣୀ ପବ୍ଲିଶର ନୂଆଦିଲ୍ଲୀ କାର୍ଯ୍ୟାଳୟରେ ପବ୍ଳିଶର ଡଃ ତରୁଣ ଭଟିଜା ଅଧ୍ୟାପକ ପୁରୋହିତଙ୍କ ଦ୍ବାରା ଜମ୍ମୁକାଶ୍ମୀର ସିଲାବସ୍ ଅନୁଯାୟୀ ଦ୍ବାଦଶ ଶ୍ରେଣୀ ପାଇଁ ଲିଖିତ “ଫାଉଣ୍ଡେସନ ଅଫ୍ ହ୍ୟୁମାନ ଜୁଗରୋଫି” ବହିକୁ ଲୋକାର୍ପଣ କରିଛନ୍ତି। ଏହି ବହି ଏବେ ଜମ୍ମୁକାଶ୍ମୀର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିପାରିବେ। ଏହି ସଫଳତା ପାଇଁ ଶିକ୍ଷାପ୍ରେମୀମାନେ ଅଧ୍ୟାପକ ସଂଜୟ କୁମାର ପୁରୋହିତଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି। ସଂପ୍ରତି ଶ୍ରୀ ପୁରୋହିତ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲରେ ଭୁଗୋଳ ବିଭାଗର ମୂଖ୍ୟ ଭାବରେ କାର୍ଯ୍ୟରତ ଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.