ନର୍ଲା ବ୍ଲକରେ ସୂର୍ଯ୍ୟ ଘର ଯୋଜନା କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ପଶ୍ଚିମ ଓଡିଶା ଟାଟା ପାୱାର ଏସଡିଓ କମଲେଶ ପଧାନଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ ସୂର୍ଯ୍ୟ ଘର ଯୋଜନା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେନେବୁଲ ଏନର୍ଜି ବୁର୍ଲାର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସତ୍ୟବ୍ରତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ସୂର୍ଯ୍ୟ ଘର ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ କର୍ମଶାଳାରେ ଉପସ୍ଥିତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ। ସରକାରଙ୍କ ସୂର୍ଯ୍ୟ ଘର ଯୋଜନା ଗ୍ଲୋବାଲ ୱାର୍ମିଂ କୁ ଆୟତ୍ତ କରିବାରେ କେତେ ଫଳପ୍ରଦ ସେ ବିଷୟରେ ବୁଝାଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ନଦୀବନ୍ଧ ଯୋଜନାରୁ ୨୫ ପ୍ରତିଶତ ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ବାକି ୭୫ ପ୍ରତିଶତ ଥର୍ମାଲ ପାୱାର ପ୍ଲାଣ୍ଟ ରୁ ବିଦ୍ୟୁତ ଉତ୍ପାଦନ ହେଉଛି। ଫଳରେ ଥର୍ମାଲ ପାୱାର ପ୍ଲାଣ୍ଟ ରେ କୋଇଲା ଜଳି ସେଥିରୁ ନିର୍ଗତ କାର୍ବନ ଡାଇ- ଅକ୍ସାଇଡ ବାୟୁ ମଣ୍ଡଳକୁ ପ୍ରଦୁଷିତ କରୁଛି। ଏଣୁ ଏଥରରୁ ମକ୍ତି ପାଇବାକୁ ହେଲେ ଗ୍ରୀନ ରେଭ୍ୟୁଲେସନ ରେ ସାମିଲ ହୋଇ ଆମେ ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବା। ନିଜେ ଏହାର ସଦ୍ ବିନିଯୋଗ କରିବା ସଙ୍ଗେ ସଙ୍ଗେ ଅନ୍ୟକୁ ମଧ୍ୟ ପାୱାର ଯୋଗାଣରେ ସହାୟକ ହୋଇ ପାରିବା ଏବଂ ଅଧିକ ବିଦ୍ୟୁତ ଦେୟରୁ ମୁକ୍ତ ହୋଇପାରିବା ବୋଲି କହିଥିଲେ। ଏହାସହ ଏହି ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ସରକାରଙ୍କ ତରଫରୁ ରହିଥିବା ୭୮,୦୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ତରଫରୁ ରହିଥିବା ୬୦,୦୦୦ ଟଙ୍କା ଏଭଳି ମୋଟ ୧,୩୮,୦୦୦ ଟଙ୍କା ରିହାତି ରାଶି ଏବଂ ୩୦୦ ୟୁନିଟ ମାଗଣା ବିଜୁଳି ଯୋଜନା ବିଷୟରେ କର୍ମଶାଳାରେ ବୁଝାଇଥିଲେ। ପ୍ରଥମେ ନର୍ଲା ଏସଡିଓ ଶ୍ରୀ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ରେନେବୁଲ ଏନର୍ଜିର ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମୀୟ ରଞ୍ଜନ ପଣ୍ଡ, ନର୍ଲା ଟାଟା ପାୱାର ର ସହକାରୀ ଯନ୍ତ୍ରୀ ଆକାଶ ମିଶ୍ର ପ୍ରମୁଖ ଯୋଗଦାନ କରି ଉପଭୋକ୍ତା ମାନଙ୍କୁ ସୂର୍ଯ୍ୟ ଘର ଯୋଜନା ଓ ଏହାର ଉପକାରିତା ବିଷୟରେ କହିଥିଲେ। କର୍ମଶାଳାରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ସଂସ୍କୃତ ଶିକ୍ଷକ ନାଟ୍ୟକାର ସୁବାଷ ଚନ୍ଦ୍ର ବରାଡ, ଦେଇ ଦିଲୀପ ଚାନ୍ଦ, ଅଧ୍ୟାପକ ସନ୍ତୋଷ କୁମାର ବୁଦ୍ଧିଆ, କବି ମୋହନ କୁମାର ଭଟ୍ଟଙ୍କ ସମେତ ୫୦ ରୁ ଉର୍ଦ୍ଧ୍ୱ ସୂର୍ଯ୍ୟ ଘର ଯୋଜନାରେ ସାମିଲ ହେବାକୁ ରହିଥିବା ଆଗ୍ରହୀ ଉପଭୋକ୍ତା ଯୋଗଦାନ କରିଥିଲେ। ସୋଲାର ଯୋଗାଣ କରୁଥିବା ୱାରି କମ୍ପାନୀର “ୟୁଟିଏଲ” ସୋଲାର, ଟାଟା ପାୱାରର “ଲୁମ” ସୋଲାର, ଆଡାନୀର “ମାଇକ୍ରୋଟେକ” ସୋଲାର, ବିକ୍ରମ କମ୍ପାନୀର “ଲୁମିନିୟସ” ସୋଲାର ର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ଏସଡିଓ ଶ୍ରୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.