ଦୁଷ୍ମନ୍ତ ଗହିରଙ୍କ କବିତା : ସର୍ବେଶ୍ବର ଭୋଇ

ତୁମେ ତ ସଂଗୀତର ଯାଦୁଗର

ତୁମ କଣ୍ଠରୁ ଝରିପଡେ

ଅମୃତର ଧାର

ତୁମରି ସେଇ ଗୀତ ସଂଗୀତ

ଆବୋରିଛି ସବୁରି ହୃଦୟ

କବଳିତ କରି ସାରିଛି

କୋଟି କୋଟି ପ୍ରାଣ

ସଂଗୀତ ପ୍ରେମୀର  ।

 

ଗୁଞ୍ଜରଣ ଖେଳାଇଛି

ସବୁଠି ତୁମର

ଦେଶୀଆ ଗୀତର ଦେଶୀ ସ୍ବର ।

 

ତୁମରି ଚର୍ଚ୍ଚା ଏବେ

ସହର ନଗର ପଲ୍ଲୀ ଗାଁର

କୋଣ ଅନୁକୋଣରେ

ଘୁମୁରି ଉଠିଛି  ।

 

କଳାହାଣ୍ଡି ମାଟିର ସର୍ବେଶ୍ବର

ଶ୍ରେଷ୍ଠ ଶୃଙ୍ଖଳ କଳାକାର

ଅଭିନୀତ ଆଦିମ ବିଚାର

ଆଣି ଦେଇଛି ଶ୍ରେଷ୍ଠ ସମ୍ମାନ

ପ୍ରତି ଆଦର  ।

 

ପଖାନ ଉପରେ ଝରନ ପାନି

ଆଜି ବି ସବୁରି ହୃଦୟରେ

ଗୁଣୁଗୁଣୁ ହୋଇ

ଗରଜି ଉଠେ

ନୃତ୍ୟ ସଂଗୀତ ରଚିତ

ତୁମରି ଗୀତରେ

ଝୁମି ଉଠନ୍ତି ଦର୍ଶକ  ।

 

ଆଜି ସଫଳତାର ହାତ

ବଢିଛି ଆଗକୁ

ମିଳିଛି “ଉସ୍ତାଦ ବିସମିଲ୍ଳା ଖାଁ”

ଯୁବ ପୁରସ୍କାର ସମ୍ମାନ

ସର୍ବେଶ୍ବରଙ୍କୁ   ।

 

ସେଇ କଳାର ସାଧନା

ପ୍ରତିଟି ପ୍ରତୀକ୍ଷାର ସମ୍ଭାବନା

ଆଜି ଆଣି ଦେଇଛି

ନୂତନ ଓ ବାସ୍ତବତା   ।

 

“ଉସ୍ତାଦ ବିସମିଲ୍ଳା ଖାଁ”

ଯୁବ ପୁରସ୍କାର ୨୦୧୮

ସର୍ବେଶ୍ବର

ଗର୍ବରେ ଫାଟି ପଡୁଛି

କଳାହାଣ୍ଡି ମାଟି ମୋର

କଳାହାଣ୍ଡି ମାଟି ମୋର । 

 

ଦୁଷ୍ମନ୍ତ ଗହିର

ଗ୍ରା/ପୋ-ଗମ୍ଭାରୀଗୁଡା, ଥାନା-କୋକସରା

କଳାହାଣ୍ଡି-୭୬୬୦୧୯

ମୋ: ୯୬୬୮୨୩୨୦୬୬

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.