ରାହାସ କୁମାର ବେହେରାଙ୍କ କବିତା : ଶବ୍ଦର ଖେଳ

ଶବ୍ଦକୁ ଶବ୍ଦରେ ଯୋଖି ଲେଖାଯାଇ ପାରେ କବିତା

Omkar Vasthu
Omkar Vasthu

ତିଆରି କରାଯାଇପାରେ ସ୍ୱପ୍ନର ପ୍ରହଳିକା

Pearl dental clinic
Near Ashish Medical Store, Bhawanipatna

ତାଜମହଲକୁ ରଙ୍ଗୀନ କରେ କଲମ

Udyog Nursery
Udyogi Nursery

କେମିତି ଚାତୁରୀ ସେମିତି ଅଂଗୀକାର

ଭଲପାଏ କବି ପାହାଡ଼ ,ପର୍ବତ ,ଶାମୁକା ଆଉ ଝର୍କା ସେପାଖ ଦୁନିଆକୁ ।

 

ଶବ୍ଦର ବାଣ କେତେ ପ୍ରଖର

ତୀର ଛାଡେ ତୂଣୀରୁ

ଶିକାର ହୁଏ ସୁନ୍ଦରୀ ,ଅବନୀ ,ଯଶୋଦା ବନ୍ଧାପଡେ

ବାନ୍ଧିବାକୁ/ ରୋକିବାକୁ ମଣିଷ ମରା ଡାହାଣା ଶ୍ଵାନ ଅବା ଶୃଗାଳକୁ

ଘାଉଲ ହୁଏ ନେତା ,କ୍ରେତା ,ମହାନ ଚିନ୍ତାନାୟକ ଆମ ସୃଷ୍ଟିକରତା ।

 

ଶବ୍ଦ ସମ୍ପର୍କ ଯୋଡ଼େ ସମ୍ପର୍କ ଭାଙ୍ଗେ

ଶବ୍ଦ କେତେବେଳେ ମିଠା ପୁଣି ଖଟା

ମା’ ଡାକର ପ୍ରଥମ ପ୍ରେମ ଆକାଶରୁ ତାରା ଛିଡ଼ାଇ

ଜହ୍ନ ଲୁଚକାଳି ଖେଳେ ପଣତରେ

ସମ୍ପର୍କ ବନ୍ଧାହୁଏ ବାପାର ବନ୍ଧୁର ପିଠିରେ ।

 

ଶବ୍ଦ ମୁକ୍ତି,ପ୍ରୀତି,ଆସକ୍ତିର ଅନୁରକ୍ତି

ବାସର ରାତିର ମିଠା ଅନୁଭୂତି

ଶବ୍ଦ ଦୁଇ  ହୃଦୟର ଅଭିବ୍ୟକ୍ତି

ଉତ୍ତର ଆକାଶରେ ନିତି ଆସୁଥିବା

ଗୋଟେ କଅଁଳ ଶିଶୁପାଇଁ ପରିରାଇଜର

ସପ୍ତର୍ଷିମଣ୍ଡଳର ଅରୁନ୍ଧତୀ ।

 

ଶବ୍ଦ ଲୁଚକାଳିଖେଳେ ,ଗେହ୍ଲହୁଏ

ହୃଦୟର ଅଗଣାରେ ଭାବନାର ଅଗନା ଅଗନି ବନସ୍ତରେ

ସୁନାର ହରିଣୀ ହୋଇ ଶୂନ୍ୟତାକୁ ବଶୀଭୂତ କରି

ପ୍ରତିଶୋଧନିଏ ଜଳାଏ ନିଆଁ ,

ଘର ଭାଙ୍ଗେ ଗାଁ ରଙ୍ଗେଇ ତିଆରି କରେ ନିଜର ରାସ୍ତା

ନଇଁଯାଏ ମୁଣ୍ତ ମାଡ଼ିବସେ ବିଫଳତାର କାପୁରୁଷ ପଣିଆ ।

 

ବାଲ୍ୟମ୍ବା,ଢେଙ୍କାନାଳ -୭୫୯୦୧୫

ଦୂରଭାଷ :୯୭୭୬୮୯୩୩୪୮

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.