ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ଆନୁକୁଲ୍ୟରେ ଲୋଇସିଂହାରେ ବିଶ୍ବ ଆଦିବାସୀ ଦିବସ

ବଲାଙ୍ଗୀର,୯/୮ :  ଲୋଇସିଙ୍ଘା ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର, ଲୋଇସିଙ୍ଘା ଏବଂ ଆଗଲପୁର ଆଦିବାସୀ କଲ୍ୟାଣ ସଂଘ ସହଯୋଗରେ ଆଜି ପ୍ରବଳ ଉତ୍ସାହ ଉଦ୍ଦିପନା ଓ ଭାବାବେଗର ସହ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇ ଯାଇଛି।

ଆଦିବାସୀ କଲ୍ୟାଣ ଭବନ ଠାରେ ସଂଘର ପତାକା ଉତ୍ତୋଳନ ସହ ରାଜ୍ୟ ଆଦିବାସୀ ସଂଘ ସଭାପତି ନିରଞ୍ଜନ ବିଶି ନେତୃତ୍ୱରେ ଏକ ବିରାଟ ପଟୁଆରରେ ପାରଂପାରିକ ବାଦ୍ୟନାଦ ଓ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ଆଦିବାସୀମାନେ ନଗର ପରିକ୍ରମା କରିଥିଲେ ।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପରେ ପରେ ଆୟୋଜିତ ସଭାରେ ଆଦିବାସୀ ମାନଙ୍କ ସାମ୍ବିଧାନିକ, ସାମାଜିକ, ଅର୍ଥନୈତିକ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ଓ ସମସ୍ତ ପ୍ରକାରର ସରକାରୀ ସୁବିଧା ସୁଯୋଗ ଆଦି ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ଏହି ସଭାରେ ବିଶେଷ କରି ଆଦିବାସୀ ନିର୍ଯ୍ୟାତନା ନିବାରଣ ଆଇନ ଉପରେ ଆଲୋକପାତ କରାଯାଇଥିବା ବେଳେ ସମସ୍ତ ଙ୍କୁ ସଜାଗ କରିବା ସହ କାର୍ଯ୍ୟକ୍ରମକୁ ସମାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଆଦିବାସୀ ଯୋଗ ଦେଇଥିଲେ ।

ବଲାଙ୍ଗୀର ରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in 
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.