ଆଦିବାସୀମାନେ କୌଣସି ମାନବକୃତ କାଳ୍ପନିକ ଧର୍ମକୁ ବିଶ୍ୱାସ କରନ୍ତିନାହିଁ, ପ୍ରାକୃତିକ ଧର୍ମକୁ ହିଁ ନିଜର ଧର୍ମ ବୋଲି ବିଶ୍ୱାସ କରନ୍ତି
ଧର୍ମଗଡ,୧୦/୮ : ଆଦିବାସୀମାନେ କୌଣସି ମାନବକୃତ କାଳ୍ପନିକ ଧର୍ମକୁ ବିଶ୍ୱାସ କରନ୍ତିନାହିଁ, ପ୍ରାକୃତିକ ଧର୍ମକୁ ହିଁ ନିଜର ଧର୍ମ ବୋଲି ବିଶ୍ୱାସ କରନ୍ତି ବୋଲି କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଠାରେ ଆୟୋଜିତ ବିଶ୍ବ ଆଦିବାସୀ ଦିବସ ଅବସରରେ ମତପ୍ରକାଶ ପାଇଛି। ଧର୍ମଗଡ ଚାରିଛକ ସ୍ଥିତ ଡ଼ଃ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ଓବିସି,ଏସଟି,ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ଆଜି ବିଶ୍ୱ ଆଦିବାସୀ ଓ ମୂଳନିବାସୀ ଦିବସ ପାଳନ କରାଯାଇଥିଲା । ପ୍ରଥମେ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜୋଳନ କରି ବୁଦ୍ଧ ବନ୍ଦନା ଓ ତ୍ରିଶରଣମ ଗାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ଉପସ୍ଥିତ ବକ୍ତାମାନେ ମୂଳନୀବାସୀ ଓ ଆଦିବାସୀ ମାନଙ୍କର ମହତ୍ତ୍ୱ ବିଷୟରେ ଖୁବ ସୁନ୍ଦର ଭାବରେ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳ ମୁଖ୍ୟ ଅତିଥି ଭାବରେ ଧିମାନ ଚକ୍ରଧର ବେନୁପାଣି ଉପସ୍ଥିତ ଥିଲେ ।
ଧିମାନ ଢଗ ନାଏକ ତାଙ୍କର ଅଭିଭାଷଣରେ ସମ୍ବିଧାନର ଧାରା ୩୩୦ ଆଉ ୩୪୨ ଅନୁସାରେ ଏସସି, ଏସଟି, ଓବିସି ଆଦିବାସୀମାନେ ହିନ୍ଦୁ ନୁହନ୍ତି, ଆଦିବାସୀମାନେ କୌଣସି ମାନବକୃତ କାଳ୍ପନିକ ଧର୍ମକୁ ବିଶ୍ୱାସ କରନ୍ତିନାହିଁ । ପ୍ରାକୃତିକ ଧର୍ମକୁ ହିଁ ନିଜର ଧର୍ମ ବୋଲି ବିଶ୍ୱାସ କରନ୍ତି । ଆଦିବାସୀ ମାନେ ପ୍ରକୃତିର ପୂଜକ ଅଟନ୍ତି ଓ ଜଙ୍ଗଲ, ପାହାଡ଼, ନଦୀ, ବୃକ୍ଷଲତା, ପବନ ଏବଂ ସୂର୍ଯ୍ୟଙ୍କୁ ଆରଧନା କରନ୍ତି ବୋଲି ମତ ପ୍ରକାଶ କରିଥିଲେ । ଜଗା ତାଣ୍ଡି ଆଦିବାସୀ ମାନଙ୍କ ଉପରେ ସମୟାନୁସରେ ବହୁ ଧର୍ମ ବଳପୂର୍ବକ ଲଦିଦିଆଯାଉଛି ଯେମିତି ମୋଗଲ କାଳରେ ଇସ୍ଲାମ, ବ୍ରିଟିଶ କାଳରେ ଇସାଈ, ଓ ଦେଶ ସ୍ୱାଧୀନ ପରେ ବିଶ୍ୱ ହିନ୍ଦୁ ପରିଷଦ, ଭଳି ଅନେକ ହିନ୍ଦୁ ସଂଗଠନ ରେ ଯୋଡିବା ପାଇଁ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ ।
ଉକ୍ତ ସଭା କାର୍ଯ୍ୟଟିକୁ ଧିମାନ ଦେବାର୍ଚ୍ଚନ ସେଠିଆ ପରିଚାଳନା କରିଥିବା ବେଳେ ଅଶେଶ୍ୱର ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରେମଲାଲ ଜଗତ, ଫକୀର ନାରାୟଣ ଜାଲ , କମଳା କାନ୍ତ, ଉପେନ୍ଦ୍ର ସେନାପତି, ସୁଜାତା ସୁନାନୀ, ରାଜେନ୍ଦ୍ର ଦୁରିଆ, ବେନୁପାଣି ଦୁର୍ଗା ସମେତ ଅଂଚଳର ବହୁ ଆମ୍ବେଦକର ପ୍ରେମୀ ଓ ଆମ୍ବେଦକର ବାଦୀ ଯୋଗଦେଇଥିଲେ ।

ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta