ବେନଗାଁ ଠାରେ ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତ ଖେଳ ପଡିଆ ଠାରେ ବିଶ୍ଵ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକର ସମସ୍ତ ଆଦିବାସୀ ବେନଗାଁ ଠାରେ ଆଜି ସକାଳୁ ଏକଜୁଟ ହୋଇଥିବା ବେଳେ ଏହି ସମାରୋହରେ ବରିଷ୍ଠ ଆଦିବାସୀ ନେତାମାନେ ମଧ୍ୟ ଯୋଗଦେଇ ଥିଲେ। ଆଦିବାସୀ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବେନଗାଁ ଧରଣୀ ଗୁଡ଼ିରେ ପୂଜାର୍ଚନା କଲା ପରେ ଗାଁ ପରିକ୍ରମା କରି ସ୍ଥାନୀୟ ଜଳ ପୁରୁଷ ସ୍ବର୍ଗତ କାର୍ଜି ମାଝୀ ଓ ରେଣ୍ଡୋ ମାଝୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଳ ଦେଇ ପୂଜାର୍ଚ୍ଚନା କରିବା ପରେ ସମାରୋହ ଆରମ୍ଭ ହୋଇଥିଲା। ଆଦିବାସୀ ଏକତା ଘାଟି ଅଞ୍ଚଳ ସଭାପତି ଘାସି ମାଝୀଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦୀପ ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ବିଜେପୁର ଏସ୍ଆଇ ଶ୍ୟାମ କୁଲସିକା, ପ୍ରମୁଖ ଯୋଗଦେଇ ଥିଲେ। ଆଦିବାସୀଙ୍କ ସୁରକ୍ଷା ଓ ମୌଳିକ ଅଧିକାର ଜଳ,ଜମି, ଜଙ୍ଗଲ ସୁରକ୍ଷା ସମେତ ବିଭିନ୍ନ ବିଷୟରେ ମତବ୍ୟକ୍ତ ରଖିଥିଲେ। ଏଥିରେ ପାଲିସି ମାଝୀ, ଲୋକନଥ ମାଝୀ, ଭରତ ମାଝୀ,ଟିକା ମାଝୀ, ରାମତୁ ମାଝୀ, ସୁଶାନ୍ତ ମାଝୀ, ପ୍ରଦାନ ମାଝୀ, ପୂର୍ଣ୍ଣି ମାଝୀ, ଲେଲି ମାଝୀ, ସିଙ୍ଗା ମାଝୀ, ପତି ମାଝୀ, ରାଣୁ ମାଝୀ, ବୈଶାଖୁ ମାଝୀ ଗୋବିନ୍ଦ ମାଝୀ, ଡମ୍ବରୁ ମାଝୀ, ରାଜେନ୍ଦ୍ର ମାଝୀ ପ୍ରମୁଖଙ୍କ ସମେତ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଆଦିବାସୀ ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପବିତ୍ର ମାଝୀ ମଞ୍ଚପରିଚାଳନା କରିଥିବା ବେଳେ ନିରଞ୍ଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.