‘ମାସ୍’ ପକ୍ଷରୁ ବହିର ପରିସରରେ ପାଳିତ ହେଲା ପବିତ୍ର ‘ରକ୍ଷା ବନ୍ଧନ ଉତ୍ସବ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭାରତୀୟ ସାମାଜିକ ଓ ସାଂସ୍କୃତିକ ପରମ୍ପରାର ଅନ୍ୟତମ ପ୍ରମୁଖ ପର୍ବ ‘ରକ୍ଷା ବନ୍ଧନ ଉତ୍ସବ’ ଅଗ୍ରଣୀ ସେବାମୂଳକ ସାମାଜିକ ସଂଗଠନ ‘ମାନବ ଅଧିକାର ସୁରକ୍ଷା ସଂସଦ’ (MASS) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆଜିମାବାଦ ସ୍ଥିତ ବହିଘର-ବିଦ୍ୟାଭାରତୀ ପରିସରସ୍ଥିତ ‘ସଂସ୍କୃତି ସଭାଗୃହ’ ଠାରେ ସଂଗଠନର ଅଧ୍ୟକ୍ଷ ଅଭୟ ଦାସଙ୍କ ସଭାପତିତ୍ବ ଓ ସଦସ୍ୟା ଆଶ୍ରିତା ତରେଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଓ ବକ୍ତା ଭାବରେ ସମାଜସେବୀ ବିକ୍ରମ ପଣ୍ଡା, ବିଶପ୍ ଡି ବି ହୃଦୟ, ଚଳଚ୍ଚିତ୍ର ଅଭିନେତା ଓ ପ୍ରଯୋଜକ ଦେବ୍, ଆଡ଼ଭୋକେଟ୍ ପର୍ଶୁରାମ ପ୍ରଧାନ, ସୁଦର୍ଶନ ଜେନା, ଗୋପାଳ ଚନ୍ଦ୍ର ଜେନା, ହରିପଦ ଭୂୟାଁ, ବିଜୟ ଆଚାର୍ଯ୍ୟ, ବିଜୟ ଦାସ ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମଞ୍ଜୁଲତା ବଳ, ଆଡ଼ଭୋକେଟ୍ ଜ୍ଞାନରଞ୍ଜନ ମିଶ୍ର,ଦେବାଶିଷ ପଣ୍ଡା, ବିଦ୍ୟାଧର ନାୟକ, ଜ୍ୟୋତିର୍ମୟୀ ଶତପଥୀ,ପ୍ରଦ୍ୟୁମ୍ନ ନାୟକ, ତରୁପ୍ରଭା ଦାସ, ସର୍ବେଶ୍ବର ଜେନା, ପ୍ରଣିତା ମିଶ୍ର, ଚିତ୍ତରଞ୍ଜନ ଦାସ, ଜଳଧର ମହାନ୍ତି,ରବୀନ୍ଦ୍ର ଦାଶ, ଦିଲ୍ଲୀପ ପଣ୍ଡା,ଅଞ୍ଜୁଲତା ବଳ, ଗୁରୁଦତ୍ତ ମିଶ୍ର,ଚିତ୍ତ ରଞ୍ଜନ ମଲ୍ଲିକ, ସଚ୍ଚୀନ୍ଦ୍ର ଦାସ, ରତିକାନ୍ତ ଦାସ, ସୁଧାକର ସେଠୀ ପ୍ରମୁଖ ଯୋଗଦେଇ ରାକ୍ଷୀ ପୂର୍ଣ୍ଣମୀ ପର୍ବ ଓ ରକ୍ଷାବନ୍ଧନ ଉତ୍ସବ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପ୍ରଦ୍ୟୁମ୍ନ ନାୟକ ଓ ଜ୍ୟୋତିର୍ମୟୀଙ୍କୁ ଜନ୍ମଦିନ ଅବସରରେ ପୁଷ୍ପଗୁଚ୍ଛ ଓ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ସଂଗଠନର ମହିଳା ସଦସ୍ୟାମାନେ ସମସ୍ତ ସଦସ୍ୟ ଓ ଅତିଥିଙ୍କୁ ରାକ୍ଷୀ ପିନ୍ଧେଇଥିଲେ ଓ ମିଷ୍ଟାନ୍ନରେ ଆପ୍ୟାୟିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.