ଭାଟେଲ ଠାରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଜିଲ୍ଲାସ୍ତରୀୟ ସଚେତନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଭାଟେଲ ଗାଁରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର କଳାହାଣ୍ଡି ଜିଲ୍ଲାସ୍ତରୀୟ ସଚେତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏଓଏସସିଏଫ ରାଜ୍ୟ ସଭାପତି ଧନଞ୍ଜୟ ଦୀପ, ସମ୍ମାନିତ ଅତିଥି ଭାବେ ସଂଗଠନର କଳାହାଣ୍ଡି ଜିଲ୍ଲା ସଭାପତି ବୃନ୍ଦାବନ ନାଗ, ଜିଲ୍ଲା କାର୍ଯକାରୀ ସଭାପତି ତେଜରାଜ୍ ବେହେରା, ଜିଲ୍ଲା ସମ୍ପାଦକ ଭିକାରି ଚରଣ ସେନା, ଜିଲ୍ଲା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ, କେସିଙ୍ଗା ବ୍ଲକ୍ ସଭାପତି ଭାଗିରଥି ନାଏକ, ନର୍ଲା ବ୍ଲକ୍ ସଭାପତି ରଘୁନାଥ ଦୀପ, କେସିଙ୍ଗା ଏନଏସି ସଭାପତି ବିଷ୍ଣୁ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ଏହାସହ ଆମ୍ବେଦକରବାଦୀ ଅନ୍ବେଷା  ନାଏକ, ଶୈଳ କୁମାର, ଶ୍ୟାମ ବିଭାର, ବେଣୁପାଣି ସୁନା, କ୍ଷମାନିଧି ସୁନା,ଦିଲ୍ ଦିଓ ଘର୍ଡା, ଧରମ କୁମାର ତାଣ୍ଡି, ମୀନକେତନ ତାଣ୍ଡି, ବବୃବାହାନ ବାଗ, ଜୟ ବିଭାର, ସୁକାନ୍ତ ମହାନନ୍ଦ, କବିତା ସୁନା, ଲୋଚନା ସୁନା, ତେଜ୍ରାଜ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସର୍ବପ୍ରଥମେ ତଥାଗତ ବୁଦ୍ଧ ଓ ବାବା ସାହେବଙ୍କ ଫଟୋ ଚିତ୍ରରେ ଫୁଲ ପୁଷ୍ପ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିଶ୍ୱମ୍ବର ନାଏକ ମଞ୍ଚ ପରିଚାଳନା କରିଥିଲେ। ସମାଜକୁ ଶିକ୍ଷିତ ସମାଜ, ସଙ୍ଗଠିତ ସମାଜ କରିବା ପାଇଁ ସମସ୍ତେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସହ ମିଶି ସଂଘର୍ଷ କରିବା ସହ ସମାଜର ହକ୍ ଅଧିକାର ପାଇଁ ଲଢେଇ ଜାରି ରଖିବା ପାଇଁ ସମସ୍ତ ଅତିଥି ଆହ୍ଵାନ କରିଥିଲେ। ଭାଟେଲ ଗ୍ରାମ କମିଟି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ଅବସରରେ ଭାଟେଲ ଗାଁ କମିଟି ଗଠିତ ହୋଇଥିଲା। ଏହି ଗାଁ କମିଟିର ସଭାପତି ଭାବେ ଧର୍ମେନ୍ଦ୍ର ସେନାପତି, ସାଧାରଣ ସମ୍ପାଦକ ଭାବରେ ରକେଶ ବିଭାର, କୋଷାଧ୍ୟକ୍ଷ ଭାବେ ଦିନବନ୍ଧୁ ସୁନା ମନୋନୀତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.