ଷୋଳଘର ଗ୍ରାମରେ ଜିଲ୍ଲପାଳଙ୍କ ବ୍ଳକସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲାପାଳଙ୍କ ନିଷ୍ପତି କ୍ରମେ ଜିଲ୍ଲାର ସବୁ ବ୍ଲକର ପ୍ରତି ପଂଚାୟତରେ ସୋମବାର ଦିନ ଅଭିଯୋଗ ଶୁଣାଣି କରିବାକୁ ନିଷ୍ପତି ନେଇ ଆଜି ପୁରୁଷୋତ୍ତମପୁର ବ୍ଲକର ଷୋଳଘର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ହୋଇଥିଲା |
ଏହି ଜନଶୁଣାଣୀରେ ଛତ୍ରପୁର ଏପିଡି ବିଜୟ କୁମାର ବେହେରା, ବ୍ଳକ ଅଧକ୍ଷା ପିଙ୍କି ବେହେରା, ବିଡ଼ିଓ ଶରତ କୁମାର ବେହେରା, ତହସିଲଦାର ବିନୋଦ କୁମାରବେହେରା, ଥାନା ଏସଆଇ ମଞ୍ଚାସିନ ରହିବା ସହିତ ସବୁ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ | ତେବେ ଏକଶହରୁ ଉର୍ଦ୍ଧ୍ବ ଅଭିଯୋଗର ଶୁଣାଣି କରାଯାଇ ଅଧିକାରୀମାନଙ୍କୁ ସେହିସବୁ ବିଷୟର ସମାଧାନ ପାଇଁ ଏପିଡି ବିଜୟ କୁମାର ବେହେରା ନିର୍ଦେଶ ଦେଇଥିଲେ | ତେବେ ବିଶେଷ କରି ରାସନ କାର୍ଡ଼ ସଂଯୋଗୀ କରଣ, ଆବାସ, ଭତ୍ତା ଭଳି ଅଧିକାଂଶ ଅଭିଯୋଗ ଆସିଥିବାର ଦେଖିବାକୁ ମିଳିଥିଲା | ଏହା ଷୋଳଘର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୋଦ କୁମାର ମହାନ୍ତିଙ୍କ ସଂଯୋଜନା ଓ ଷୋଳଘର ଗ୍ରାମର ଯୁବଗୋଷ୍ଟିଙ୍କ ସହଯୋଗ ରେ ସମୁର୍ଣ ହୋଇଥିଲା |ଏବଂ ସେହି ପଞ୍ଚାୟତରେ ଆଙ୍ଗୁ ଛକ ନିକଟରେ ଜଣେ ଗୃହ ହୀନ ବ୍ୟକ୍ତି ଗୋଟିଏ ରାସ୍ତା ଉପରେ ଘର କରି ଥିବାରୁ ପଞ୍ଚାୟତ ବାସୀ ମାନେ ତାକୁ ତହସିଲଦାର ଙ୍କୁ କହି ଗୋଟିଏ ସରକାରୀ ଜାଗା ଦେଇଥିଲେ ମଧ୍ୟ ସେ ସେଠାରୁ ଉଠୁନଥିବାରୁ ତାକୁ ଦେଖି ଆଉଜଣେ ବ୍ୟକ୍ରି ସେହି ରାସ୍ତା ରେ ଘର କରି ରହିଛନ୍ତି ଏବଂ ସେମାନଙ୍କୁ କହିଲେ ଗ୍ରାମବାସୀ ଙ୍କୁ ହାଣି ଦେବୁ, ମାରିଦେବୁ ବହୁ ଧମକ ଦେଉଛନ୍ତି | ତେବେ ଆଜିର ଏହି ଜନ ଅଭିଯୋଗ ଶୁଣାଣି ରେ ବହୁ ବ୍ୟକ୍ରି ଏପିଡି ଙ୍କୁ ଅଭିଯୋଗ ପରେ ଏପିଡି ଉପସ୍ଥିତ ତହସିଲଦାର ଙ୍କୁ ଏହାର ସମାଧାନ ନିମନ୍ତେ ନିର୍ଦେଶ ଦେଇଥିଲେ | ଏବଂ ତହସିଲଦାର ତତ କ୍ଷଣାତ ରାଇପୁର ଆରଇ ଙ୍କୁ ଏହାର ସ୍ଥିତି ଦେଖିବାକୁ ଖବର ଦେଇଥିଲେ | ତେବେ ଗୋଟିଏ ମହତ କାର୍ଯ୍ୟକ୍ରମ ନିମନ୍ତେ ଏହି କାର୍ଯ୍ୟ ଏପିଡି ଶୁଣି ଥିବାରୁ ଗ୍ରାମବାସୀ ମାନେ ବହୁତ ଖୁସିବ୍ୟକ୍ତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.