ଶ୍ରାବଣ ପୂର୍ଣ୍ଣିମା : ଅଲେଖ ମହିମା ଧର୍ମାବଳମ୍ବୀଙ୍କ ନବାର୍ଣ୍ଣ ଭକ୍ଷଣ

କଳାହାଣ୍ଡି/କର୍ଲାମୁଣ୍ଡା,୧୫/୦୮ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଆଲପଲା ଓ ଲକ୍ଷ୍ମୀପଡା ନିକଟରେ ହେଉଥିବା ଭୀମ ଭୋଇ ସାଂସ୍କୃତିକ କଳାମଣ୍ଡପ ଓ ଗ୍ରନ୍ଥାଳୟ ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧୁ ନାଲୁମୋହନ ଦାସ ଓ ଜୋରନ୍ଦା ଗାଦୀରୁ ସାଧୁ ଅନାଦି ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉତ୍ସବରେ ପାଞ୍ଚଶହରୁ ଅଧିକ ଧର୍ମାବଳମ୍ବୀ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଅଖଣ୍ଡ ଦୀପ ପ୍ରଜ୍ଜଳନ ଓ ଭଜନ ପରିବେଷଣ କରାଯାଇଥିଲା। ଏହି ମଠରେ ସାଧୁ ମହେଶ୍ୱର ଦାସ, ସାଧୁ ଚୈତନ୍ୟ ଦାସ, ସିଆଲପଲା ଓ ଲକ୍ଷ୍ମୀପଡା ଗ୍ରାମ ବାସୀ ଭକ୍ତ ବୃନ୍ଦ ସର୍ବଶ୍ରୀ ବଳିଷ୍ଠ ସାହୁ, ଗୋପ ସାହୁ, ବିହାରୀ ସାହୁ, ଲମ୍ବୋଦର ସାହୁ, ଭରତ ସାହୁ, ହୃଦାନନ୍ଦ ରଣା, ରଥ ରଣା ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Report : Nabin Kishor Sahu 

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.