ଜବାହାର ଉଚ୍ଚ ବିଦ୍ୟାଳୟ ବାଲସି ଠାରେ ସ୍ବାଧୀନତା ଦିବସ ଓ ରକ୍ଷା ବନ୍ଧନ 

କେସିଙ୍ଗା,୧୫/୮ : ଦେଶ ସାରା ୭୩ତମ ସ୍ବାଧିନତା ଦିବସ ହର୍ଷୋଲ୍ଲାସର ସହ ପାଳିତ ହେଉଥିବାବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ସ୍ଥିତ ଜବାହାର ଉଚ୍ଚବିଦ୍ୟାଳୟ ଠାରେ ନିଆରା ଢଙ୍ଗରେ ସ୍ବାଧୀନତା ଦିବସ ଓ ରକ୍ଷା ବନ୍ଧନ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ଉଦ୍ୟୋତ୍କା ତଥା ବିଶିଷ୍ଟ ବ୍ୟକ୍ତି ମହେନ୍ଦ୍ର ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ହୋଇଥିଲା ।

ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବାଳସି ଗ୍ରାମ ପରିକ୍ରମା କରିବା ପରେ ଛାତ୍ରୀ ମାନଙ୍କ ଦ୍ବାରା ବୃକ୍ଷ ମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା । ଏହା ମାଧ୍ୟମରେ ସମାଜକୁ ଏକ ସଚେତନତା ବାର୍ତ୍ତା ପ୍ରେରଣ ହୋଇଥିବାରୁ ଏହି କାର୍ଯ୍ୟକ୍ରମ ପୀଇଁ ଅଞ୍ଚଳବାସୀ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି । 

କେସିଙ୍ଗା ବ୍ଲକ ପ୍ରତିନିଧି ଦୂର୍ଯ୍ୟୋଧନ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.